20.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶଭାରତପେ ପ୍ରତିଷ୍ଠାତାଙ୍କୁ ହାଇକୋର୍ଟ ସମନ୍‌

ଭାରତପେ ପ୍ରତିଷ୍ଠାତାଙ୍କୁ ହାଇକୋର୍ଟ ସମନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ପେମେଣ୍ଟ୍ ଆପ୍ କମ୍ପାନୀ ଭାରତପେ’ର ପ୍ରତିଷ୍ଠାତା ତଥା ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଶନିର ଗ୍ରୋଭରଙ୍କୁ ସମନ୍ ଜାରି କରାଯାଇଛି । କମ୍ପାନୀର ୧୬,୧୧୦ଟି ସେୟାର (ଅଂଶଧନ)ର ମାଲିକାନା ସ୍ୱତ୍ୱକୁ ଆଧାର କରି ଉପୁଜିଥିବା ମାମଲାରେ ଏଭି ସମନ୍ ଜାରି କରାଯାଇଥିବା କୁହାଯାଇଛି । କମ୍ପାନୀର ସହ-ପ୍ରତିଷ୍ଠାତା ଭାବିକ୍ କୋଲାଡିଆଙ୍କ ତରଫରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି । କୋଲାଡିଆଙ୍କ ଅଭିଯୋଗ ଅନୁଯାୟୀ ଅତୀତରେ ସେ ଅଶନିରଙ୍କୁ ୧୬୦୦ଟି ସେୟାର ବିକ୍ରି କରିଥିଲେ ସୁଦ୍ଧା ସେ ବାବଦରେ ପ୍ରାପ୍ୟ ୮୮ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ପାଇନାହାନ୍ତି । ବର୍ତ୍ତମାନ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ଏହି ସେୟାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇସାରିଛି । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୬କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking