ଭୁବନେଶ୍ବର: ନିର୍ବାଚନୀ ମାହୋଲ ଭିତରେ ମହମ୍ମଦ ମୋକିମଙ୍କୁ ଏକ ବଡ଼ ଝଟକା ଲାଗିଛି । ଏହି ଝଟକା ଆଉ କେହି ନୁହନ୍ତି, ହାଇକୋର୍ଟ ଦେଇଛନ୍ତି । ଓଆରଏଚଡିସି ଦୁର୍ନୀତି ମାମଲାରେ ହାଇକୋର୍ଟ ମହମ୍ମଦ ମୋକିମଙ୍କୁ ଝଟକା ଦେଇଛନ୍ତି ।
ମାନ୍ୟବର ହାଇକୋର୍ଟ ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ନିମ୍ନ ଅଦାଲତଙ୍କ ରାୟକୁ ମାନ୍ୟବର ହାଇକୋର୍ଟ କାଏମ ରଖୁଛନ୍ତି । ନିମ୍ନ ଅଦାଲତ ଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।