14.1 C
Bhubaneswar
Friday, January 10, 2025
Homeଓଡିଶାହାଇକୋର୍ଟରେ ବିନା ଡାକ୍ତରୀ ଚିଠାରେ ଗର୍ଭ ନିରୋଧ ବଟିକା ବିକ୍ରି ମାମଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ...

ହାଇକୋର୍ଟରେ ବିନା ଡାକ୍ତରୀ ଚିଠାରେ ଗର୍ଭ ନିରୋଧ ବଟିକା ବିକ୍ରି ମାମଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ଅଭିଯୋଗ ଶୁଣାଣି ପାଇଁ ନିର୍ଦ୍ଦେଶ

କଟକ: ବିନା ଡାକ୍ତରୀ ପ୍ରେସକ୍ରିପସନରେ କେତେକ ଗର୍ଭ ନିରୋଧ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ମାମଲା ଶୁଣାଣି ଆଜି ହୋଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ୍‌.ମୁରଲୀଧର ଓ ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଖଣ୍ଡପୀଠ ମାମଲାର କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆବେଦନକାରୀଙ୍କୁ ଡକାଇ ତାଙ୍କ ଅଭିଯୋଗ ଉପରେ ଶୁଣାଣି କରି ବେଆଇନ ବିକ୍ରି ରୋକିବା ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇ ମାମଲାର ଅନ୍ତ ଘଟାଇଛନ୍ତି ।

ମାସିକ ଧର୍ମ ନିୟମିତ କରିବାକୁ ବା ଗର୍ଭ ନିରୋଧ ପାଇଁ ଅନିୟନ୍ତ୍ରିତ ଭାବେ ବଟିକା ସେବନ ଦ୍ୱାରା ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଥିବା ଦାବି କରି ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିବରଣୀ ଅନୁଯାୟୀ, ଗର୍ଭ ନିରୋଧକ ବଟିକାରେ ନରେଥିଷ୍ଟେରନ୍ ନାମକ ପଦାର୍ଥ ରହୁଛି, ଯାହା ଅତ୍ୟନ୍ତ କ୍ଷତିକାରକ । ଏହି ପଦାର୍ଥ ଥିବା ଔଷଧ ଖାଇବା ଦ୍ୱାରା ତାହା ମହିଳାଙ୍କ ଶରୀରରେ କ୍ଷରିତ ହେଉଥିବା ହରମୋନ୍‌କୁ ଅସନ୍ତୁଳିତ କରିଥାଏ । ଏଥିସହ ଶରୀରରେ ଦୁର୍ବଳତା ସାଙ୍ଗକୁ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଗର୍ଭ ନିରୋଧକ ଔଷଧ ସେବନ କରିବା ଦ୍ୱାରା ନାନା ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହେବାର ଅଶଙ୍କା ରହିଛି । ଏପରିକି ଏସବୁର ବ୍ୟବହାର ଦ୍ୱାରା ମାରାତ୍ମକ କ୍ୟାନ୍‌ସର ଭଳି ରୋଗ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଉଛି । ତେଣୁ ଏସବୁ ମେଡିସିନ୍ ବ୍ୟବହାର ଉପରେ କଟକଣା ଲଗାଇବାକୁ ନିୟମ କାହିଁକି କରାଯାଇନାହିଁ ସେଥିପାଇଁ କାରଣ ଦର୍ଶାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ ।

ରାଜ୍ୟ ସ୍ତରରେ ଅଧିକାରୀମାନେ ଏପରି ଔଷଧ ବିକ୍ରି କଟକଣା ପାଳନ କରାଯିବା ଓ ଚଢ଼ାଉ ନେଇ ନିୟମାବଳୀ ପ୍ରସ୍ତୁତ କରିବାକୁ ପିଟିସନ୍‌ରେ ଦର୍ଶାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ଆଫ୍ରାଜ ସୁହାଇଲ୍ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking