26.1 C
Bhubaneswar
Friday, March 29, 2024
Homeଓଡିଶାନାବାଳିକା ବଳତ୍କାର ମାମଲା : ଆସାମୀକୁ ୧୦ ବର୍ଷ ଜେଲ୍‌

ନାବାଳିକା ବଳତ୍କାର ମାମଲା : ଆସାମୀକୁ ୧୦ ବର୍ଷ ଜେଲ୍‌

କଟକ: କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ବଳତ୍କାର ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ଆସାମୀ ରାକେଶ କୁମାର ରାଉତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ରାକେଶକୁ ୧୦ ହଜାର ଟଙ୍କାର ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ତାକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କହିଛନ୍ତି ।

୧୦ ଜଣଙ୍କର ସାକ୍ଷ୍ୟ ତଥା ୧୪ଟି ତଥ୍ୟପ୍ରମାଣକୁ ଭିତ୍ତି କରି ଅଦାଲତ ଆଇପିସିର ୩୭୬(୨)(ଆଇ) ଦଫାରେ ଆସାମୀକୁ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି । ସେହିପରି କୋର୍ଟ ପୀଡିତାକୁ ୪ ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ ମଧ୍ୟ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ଗତ ୨୦୧୩ ମସିହା ସେପ୍ଟେମ୍ବର ୧୫ ତାରିଖରେ ରାକେଶ ଜଣେ ୧୬ ବର୍ଷୀୟା ନାବାଳିକାକୁ ବଳତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ସେପ୍ଟେମ୍ବର ୧୬ ତାରିଖରେ ଓଲଟପୁର ଥାନାରେ ପୀଡିତାର ପରିବାର ପକ୍ଷରୁ ଏତଲା ଦାୟର କରାଯାଇଥିଲା ।

୨୦୧୩ ମସିହା ୧୯ ସେପ୍ଟେମ୍ବରରେ ପୁଲିସ୍ ରାକେଶକୁ ଗିରଫ କରିଥିଲା ବେଳେ ୨୦୧୩ ମସିହା ନଭେମ୍ବର ୧୪ ତାରିଖରେ କୋର୍ଟରେ ଆସାମୀ ବିରୋଧରେ ପୁଲିସ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ସେହିପରି ୨୦୧୩ ମସିହା ଡିସେମ୍ବର ୧୨ ତାରିଖରେ ଆସାମୀ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking