ଭୁବନେଶ୍ୱର: ହାଇଟେକ୍ ବସ୍ଫୋରଣକୁ ନେଇ ଚିହ୍ନଟ ପରିବାର କରିଛନ୍ତି, ଆମର କିଛି ଭୁଲ୍ ନାହିଁ କହିଲା ହାଇଟେକ୍ । ହାଇଟେକ୍ ପକ୍ଷରୁ ସିଇଓପାଢୀ ଓ ଡାକ୍ତର ଅମ୍ରିତ ପାଟ୍ଟଯୋଶୀଙ୍କ ମନ୍ତବ୍ୟ । ପରିବାର ଚିହ୍ନଟ କରିପାରିନାହାନ୍ତି କି ଆମର ଦୋଷ ନାହିଁ ବୋଲି କହିଛନ୍ତି ହାଇଟେକ୍ । ଦୁର୍ଘଟଣା ପରେ ୪ ଜଣଙ୍କୁ ତାଙ୍କ ଠିକାଦାର ଆଡମିଶନ କରାଇଥିଲେ । ଠିକାଦାର ଦେଇଥିବା ପରିଚୟ ଅନୁସାରେ ସେମାନଙ୍କ ଚିକିତ୍ସା ଚାଲିଥିଲା । ୩୦ ତାରିଖରେ ଦିଲ୍ଲୀପ ପରିଚୟରେ ଚିକିତ୍ସୀତ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ଆମେ ପୋଲିସକୁ ମୃତଦେହ ହସ୍ତାନ୍ତର କରିଥିଲୁ, ସେଠୁ ପରିବାର ନେଇଥିଲେ ।
କାଲି ଜ୍ୟୋତି କୁହାଯାଉଥିବା ବ୍ୟକ୍ତି ଭେଣ୍ଟିଲେଟରରୁ ବାହାରିଥିଲେ । ଭେଣ୍ଟିଲେଟରରୁ ବାହାରିବା ପରେ ସେ ନିଜକୁ ଦିଲ୍ଲୀପ ବୋଲି କହିଥିଲେ । ମାନସିକ ରୋଗ ବିଶେଷଜ୍ଞକୁ ଡାକି ତାଙ୍କୁ ଅଧିକ ପଚରାଉଚରା ହୋଇଥିଲା । ଉଭୟ ପରିବାର ଲୋକଙ୍କୁ ଡକାଯାଇଥିଲା, ସେମାନେ ଚିହ୍ନଟ କରିଥିଲେ । ଉଭୟ ପରିବାର ଚିହ୍ନଟରୁ ଜୀବିତ ବ୍ୟକ୍ତି ଜ୍ୟୋତି ନୁହେଁ ବୋଲି କୁହାଯାଇଥିଲା । କେହି ରୋଗୀ ଆସିଲେ ଆଗ ଚିକିତ୍ସା କରିବା ଆମ ଦାୟିତ୍ୱ ବୋଲି କହିଛନ୍ତି ହାଇଟେକ୍ । ପରିଚୟ ଜାଣିବା ଆମ କାମ ନୁହେଁ ଚିକିତ୍ସା କରିବା ଆମ କାମ । ଆମେ ପୋଲିସକୁ ମୃତଦେହ ଦେଇଛୁ, ପରିବାର ଲୋକଙ୍କୁ ନୁହେଁ ।