ଭୁବନେଶ୍ୱର: ହାଇଟେକ୍ ବିସ୍ଫୋରଣ ଘଟଣାକୁ ନେଇ ଜ୍ୟୋତିରଞ୍ଜନ ମଲ୍ଲିକ ବାପାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଚିକିସିôତ ବ୍ୟକ୍ତି ମୋ ପୁଅ ନୁହେଁ । ମୋ ସଂସାର ବୁଡିଗଲା, ମୋର କେହି ନାହାନ୍ତି କହିଲେ । ମେଡିକାଲର ଭୁଲ୍ ଯୋଗୁଁ ପୁଅକୁ ଶେଷଥର ବି ଦେଖିପାରିଲିନାହିଁ । ଘଟଣା ଦିନ ପୁଅ ପୋଡିଯାଇଥିବା ଖବର ପାଇ ମେଡିକାଲ ଆସିଥିଲି ।
ମୁହଁ ଜଳିଯାଇଥିଲା, ବ୍ୟାଣ୍ଡେଜ୍ ବନ୍ଧା ହୋଇଥିବାରୁ ଜାଣିପାରିନଥିଲି । ବ୍ୟାଣ୍ଡେଜ ଖୋଲା ପରେ ବ୍ୟକ୍ତି ଜଣଙ୍କୁ ନିଜ ପରିଚୟ ଦେଇଥିଲା । ସନ୍ଦେହ ହେବାରୁ ତାର ୨ ଗୋଡ ଭଲ ସେ ଚେକ୍ କରିଥିଲି । ମୋ ପୁଅ ଜ୍ୟୋତି ଗୋଡରେ ଦାଗ ଅଛି କିନ୍ତୁ ତା ଗୋଡରେ ନାହିଁ ବୋଲି କହିଛନ୍ତି ଜ୍ୟୋତିଙ୍କ ବାପା ।