ନୂଆଦିଲ୍ଲୀ : ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ବଡ଼ ଦାବି କରିଛି ହିଜବୁଲ୍ଲା । ସଂଗଠନର ମୁଖ୍ୟ ନଇମ କାସିମ କହିଛି, ଇସ୍ରାଏଲକୁ ହିଜବୁଲ୍ଲା ବିରୋଧରେ ଚଳାଇଥିବା ଅଭିଯାନକୁ ସମାପ୍ତ କରିବାରେ ସଫଳ ହୋଇଛନ୍ତି । ଏନେଇ ନଇମ କାସିମର ଏକ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପୁଣି ଥରେ ମଧ୍ୟପ୍ରାଚ୍ୟର ସ୍ଥିତିକୁ ଜଟିଳ କରିଦେଇଛି । କାସିମର ଦାବି ଅନୁସାରେ , ଲେବାନନରେ ଇସ୍ରାଏଲକୁ ରୋକିବାରେ ହିଜବୁଲ୍ଲା ସଫଳ ହୋଇଛି । ମୁକାବିଲା କରି ନପାରି ଇସ୍ରାଏଲ ଆଣ୍ଠେଇବାକୁ ବାଧ୍ୟ ହୋଇଛି । ୨୦୦୬ ପରେ ହିଜବୁଲ୍ଲା ଇସ୍ରାଏଲକୁ ପରାଜିତ କରିବାରେ ସଫଳ ହୋଇଥିବା ଦାବି କରିଛି ନଇମ କାସିମ୍ । ଅସ୍ତ୍ରବିରତି ପରେ ଅଶାନ୍ତ ହୋଇଛି ମଧ୍ୟପ୍ରାଚ୍ୟ । ଯୁଦ୍ଧ ଜିତିନପାରି ଇସ୍ରାଏଲ କରିଛି ଶାନ୍ତି ଚୁକ୍ତି । ଇସ୍ରାଏଲ ଲେବାନନରେ ପରାଜିତ ହୋଇଛି । ଗଣ ମାଧ୍ୟମକୁ ବିବୃତ୍ତି ଦେଇ ଏହାକୁ ବଡ ବିଜୟ କହିଲା ହିଜବୁଲ୍ଲା ।