32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଏଠାରେ ବିବାହ ସମୟରେ କନିଆଁ କାନ୍ଦିବା ଜରୁରୀ; ଲୁହ ନବାହାରିଲେ ଝିଅ ସହ ହୋଇଥାଏ ଏହି...

ଏଠାରେ ବିବାହ ସମୟରେ କନିଆଁ କାନ୍ଦିବା ଜରୁରୀ; ଲୁହ ନବାହାରିଲେ ଝିଅ ସହ ହୋଇଥାଏ ଏହି ଘଟଣା…

ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାର ପ୍ରଥା ପରମ୍ପରା ରହିଛି । ଖାସ କରି ଭାରତରେ ବିବାହପରେ ଝିଅ ବିଦା ସମୟରେ ଏକ ପରମ୍ପରା ଦେଖିବାକୁ ମିଳିଥାଏ । ଯେଉଁଠାରେ ଝିଅ ଖୁବ ଜୋର କାନ୍ଦିଥାଏ ତା ସହିତ ପ୍ରିୟଜନମାନେ ମଧ୍ୟ କାନ୍ଦିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ତେବେ ଏହି ପରମ୍ପରା କାଇଁ କେଉଁ ଯୁଗରୁ ଚାଲି ଆସିଛି । କିନ୍ତୁ ବର୍ତ୍ତମାନର ପରିବର୍ତ୍ତନ ସମୟରେ ଏହି ପ୍ରଥା ଧିରେ ଧିରେ ଲୋପ ପାଉଥିବାର ଦେଖିବାକୁ ମିଳୁଛି । କିନ୍ତୁ ଆପଣ ଜାଣଛନ୍ତି କି ଭାରତ ପରି ଚିନରେ ମଧ୍ୟ ଏହି ପରମ୍ପରା ରହିଛି । ଏଠାରେ ମଧ୍ୟ ଏପରି ଏକ ଜାଗା ଅଛି ଯେଉଁଠାରେ ବିବାହ ପରେ ଝିଅ ବିଦା ସମୟରେ ଝିଅ କାନ୍ଦିବା ନିହାତି ଜରୁରୀ ହୋଇଥାଏ । ଯଦି କୌଣସି ଝିଅ ବିବାହ ପରେ କାନ୍ଦି ନଥାଏ ତେବେ ତାଙ୍କ ସହ ଏପରି କିଛି ହୋଇଥାଏ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପରମ୍ପରା ବିଷୟରେ…

ମିଳିଥିବା ସୂଚନା ଅନୁଯାୟୀ ଚିନର ଦକ୍ଷିଣ ପଶ୍ଚିମ ପ୍ରାନ୍ତର ସୁଚିଆନଠାରେ ତୁଜିଆନାମକ ଜନଜାତିର ଲୋକମାନେ ବସବାସ କରନ୍ତି । ତେବେ ଏହି ଲୋକମାନେ ହଜାର ହଜାର ବର୍ଷ ଧରି ଏଠାରେ ରହି ଆସୁଛନ୍ତି । ଯଦି ଏଠାରେ କୌଣସି ବିବାହ ଉତ୍ସବ ହୁଏ ତେବେ ଏହି ସମୟରେ କନିଆଁ କାନ୍ଦିବା ନିହାତି ଜରୁରୀ ହୋଇଥାଏ । ଏହି ପରମ୍ପରା ଦୀର୍ଘ ଦିନ ଧରି ଅର୍ଥାତ୍ ୧୭ ତମ ଶତାବ୍ଦୀରୁ ଚାଲିଆସୁଛି । କୁହାଯାଏ ଯେ ଏହା ଖ୍ରୀଷ୍ଟପୂର୍ବ ୪୭୫ ରୁ ୨୨୧ ଖ୍ରୀଷ୍ଟପୂର୍ବ ମଧ୍ୟରେ ଆରମ୍ଭ ହୋଇଥିଲା । ସେତେବେଳେ ଜାଓ ରାଜ୍ୟର ରାଜକୁମାରୀ ୟାନ ରାଜ୍ୟରେ ବିବାହ କରିଥିଲେ । ବିବାହ ପରେ ଯେତେବେଳେ ସେ ବିଦାୟ ନେଉଥିଲେ, ତାଙ୍କ ମା କାନ୍ଦି କାନ୍ଦି ଝିଅକୁ ଶୀଘ୍ର ଘରକୁ ଫେରିବାକୁ କହିଥିଲେ। ସେବେଠାରୁ ଏହି ପରମ୍ପରା ଏଠାରେ ଆରମ୍ଭ ହୋଇଥିଲା ।

କନିଆଁ ନ କାନ୍ଦିବା ଖରାପ ହୋଇଥାଏ : ତେବେ ଏହି ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ଯଦି କୌଣସି କନିଆଁ ବିଦାୟ ସମୟରେ ନ କାନ୍ଦିଥାଏ ତେବେ ଏହା ବାସ୍ତବରେ ବହୁତ ଖରାପ ହୋଇଥାଏ ବୋଲି ବିବେଚନା କରାଯାଏ । ଏଥିସହିତ ସେହି କନିଆଁକୁ ଖରାପ ଯୁବପିଢି କହିଥାନ୍ତି । ଏତତ୍ ବ୍ୟତୀତ ସେହି ପରିବାରକୁ ଗାଁରେ ପରିହାସ ଏବଂ ଥଟ୍ଟା କରନ୍ତି । ତେଣୁ ଏହି ସମ୍ପଦାୟର ଲୋକେ କନିଆଁ ବିଦା ସମୟରେ ଜୋରରେ କାନ୍ଦିବାକୁ କହିଥାନ୍ତି ଯେଉଁ କନିଆଁ କାନ୍ଦି ନଥାଏ ତାକୁ ପିଟି ପିଟି କନ୍ଦାଇଥାନ୍ତି ।

ବିଦାୟ ପୂର୍ବରୁ ମଧ୍ୟ କାନ୍ଦିବାର ପରମ୍ପରା : ଦକ୍ଷିଣ ପଶ୍ଚିମ ପ୍ରଦେଶରେ, କେବଳ ବିଦାୟ ସମୟରେ କନିଆଁ କାନ୍ଦିବାର ପ୍ରଥା ଅଛି । କିନ୍ତୁ ପଶ୍ଚିମ ପ୍ରଦେଶରେ ଏହି ପ୍ରଥା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏଠାରେ ଜୁଓ ଟାଙ୍ଗ ନାମକ ଏକ ପରମ୍ପରା ଅଛି । ଯେଉଁଠାରେ ବିବାହର ଏକ ମାସ ପୂର୍ବରୁ କନିଆଁକୁ ଏକ ବଡ ହଲରେ ବସାଇ ଦିଆଯାଏ ଏବଂ ରାତିରେ ପ୍ରାୟ ୧ ଘଣ୍ଟା କାନ୍ଦିବାକୁ କୁହାଯାଇଥାଏ । ଏହାର ୧୦ ଦିନ ପରେ ତାଙ୍କ ମା ମଧ୍ୟ ତାଙ୍କ ସହ ଯୋଗ ଦିଅନ୍ତି । ଏହାର ଠିକ୍ ୧୦ ଦିନ ପରେ ଜେଜେମା, ଭଉଣୀ, ମାଉସୀ ଏବଂ ଅନ୍ୟ ମହିଳାମାନେ କନିଆଁଙ୍କ ସହ ଯୋଗ ଦିଅନ୍ତି ଓ କାନ୍ଦନ୍ତି । ତେବେ ଏହି ମହିଳାମାନେ କାନ୍ଦୁଥିବା ସମୟରେ କ୍ରାଇଙ୍ଗ ମ୍ୟାରେଜ ନାମକ ଏକ ଗୀତ ମଧ୍ୟ ବଜାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking