ଭୁବନେଶ୍ୱର: ବନ୍ୟପ୍ରାଣୀ ଅପରାଧ ରୋକିବାକୁ ନୂଆ ହେଲପ ଲାଇନ ନମ୍ବର ଜାରି ହୋଇଛି । ନୂଆ ହେଲପ ଲାଇନ ନମ୍ବର ହେଲା ୯୪୩୯୨୬୩୬୪୬ । ଏହି ନମ୍ବର ଆଜି ଜାରି କରିଛି କ୍ରାଇମବ୍ରାଂଚ ଏସଟିଏଫ । ଏହାସହିତ ଯଦି କୌଣସି ବ୍ୟକ୍ତି ବନ୍ୟପ୍ରାଣୀ ଅପରାଧ ସଂପର୍କରେ ସୂଚନା ଦିଅନ୍ତି, ବନ ବିଭାଗ ତାଙ୍କୁ ପୁରସ୍କାର ମଧ୍ୟ ଦେବ । ଗତ ବର୍ଷକ ଭିତରେ ବନ୍ୟପ୍ରାଣୀ ଅପରାଧର ତଥ୍ୟ ରଖିଛି କ୍ରାଇମବ୍ରାଂଚ ଏସଟିଏଫ । ଗତବର୍ଷ ବନ୍ୟପ୍ରାଣୀ ଅପରାଧରେ ୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ଜଣ ଗିରଫ ହୋଇଛନ୍ତି । ୧୨ଟି କଲରାପତରିଆ ବାଘ ଚମଡା, ୬ଟି ହାତୀଦାନ୍ତ ଜବତ ହୋଇଛି । ୨ଟି ହରିଣ ଚମଡା, ୫ କେଜି ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କ୍ରାଇମବ୍ରାଂଚ ଏସଟିଏଫ ଡିଆଇଜି ଜୟନାରାୟଣ ପଙ୍କଜ ।