28.1 C
Bhubaneswar
Saturday, July 27, 2024
Homeଓଡିଶାଅସହାୟ ଗରିବ ପରିବାର, ପଲିଥିନ ତଳେ କଟୁଛି ଜୀବନ

ଅସହାୟ ଗରିବ ପରିବାର, ପଲିଥିନ ତଳେ କଟୁଛି ଜୀବନ

କେନ୍ଦୁଝର: ଗରିବ ଲୋକଙ୍କ ପାଇଁ ସରକାରଙ୍କର ମାଳମାଳ ଯୋଜନା । କିନ୍ତୁ କେନ୍ଦୁଝର ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଆଜି ବି ଶହଶହ ଗରିବ ପରିବାରର ମୁଣ୍ଡ ଉପରେ ଚାଳ ଖଣ୍ଡିଏ ନାହିଁ । ଏଭଳି ଏକ ନିଚ୍ଛକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ନଳବିଲା ଗ୍ରାମରେ । ନଳବିଲା ଗ୍ରାମର ବିଚେରା ଗରିବ ଯଦୁ ମହାରଣା ପରିବାର । ଯଦୁଙ୍କର ପରିବାର ବୋଲି କହିଲେ ସ୍ତ୍ରୀ ଓ ୩ଟି ପିଲା । ଦିନ ମଜୁରିଆ ଭାବେ କାମ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ଯଦୁ ମହାରଣା କ୍ଷେତ୍ରରେ ସରକାରଙ୍କ ଯୋଜନା ସବୁ ଆଜି ବି ଅପହଞ୍ଚ ହୋଇଛି ।

ଯଦୁ ଯେଉଁଦିନ କାମ ପାଏ ସେଦିନ ଘରେ ଚୁଲି ଜଳେ, ନହେଲେ ପରିବାରକୁ ଉପବାସ ରହିବାକୁ ପଡିଥାଏ । ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଏହି ପରିବାର ମୁଣ୍ଡ ଗୁଞ୍ଜବାକୁ ପଲିଥିନ ଖଣ୍ଡେ ହିଂ ସାହାରା ପାଲଟିଛି । ଖରା, ବର୍ଷା ଓ ଶୀତ କାକରରେ ଅତି ଦୟନୀୟ ଭାବେ ପଲିଥିନ୍ ତଳେ ପଡ଼ିରହିଛନ୍ତି ଏହି ପରିବାର । ଯେଉଁଠାରେ ସବୁବେଳେ ସର୍ପ ଠାରୁ ଅନ୍ୟାନ୍ୟ ହିଂସ୍ର ଜନ୍ତୁଙ୍କ ଭୟ ଲାଗି ରହୁଛି । ଯଦୁ କାମଧନ୍ଦା ଛାଡ଼ି ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଦୌଡୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେବଳ ପ୍ରତିଶୃତି ହିଁ ପାଇଛନ୍ତି । ବର୍ଷ ବର୍ଷ ଧରି ବାସ୍ତବତାରେ ପରିଣତ ହେଉନାହିଁ ପ୍ରତିଶୃତି । ଏ ସମ୍ପର୍କରେ ଘଟଗାଁ ବ୍ଲକ୍ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ସହ ଏଥର ପ୍ରାୟ ୭ ହଜାର ଆବାସ ଘର ଆସୁଥିବା ଦୃଷ୍ଟିରୁ ସେଥିରେ ଯଦୁଙ୍କୁ ସାମିଲ କରାଯାଇଛି କି ନାହିଁ ଦେଖିବା ପରେ କ’ଣ କରାଯାପାରିବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking