21.1 C
Bhubaneswar
Thursday, December 26, 2024
Homeବ୍ରେକୀଙ୍ଗବନ୍ୟା ବିପନ୍ନ ଙ୍କୁ ସହାୟତା

ବନ୍ୟା ବିପନ୍ନ ଙ୍କୁ ସହାୟତା

ଯାଜପୁର : ଗାଁ’ର ବିକାଶ ମାଆର ବିକାଶ ନାଁରେ ସରକାର ଓ ପ୍ରଶାସନ ବାରମ୍ବାର ଡିଣ୍ଡିମ ପିଟୁଥିବାବେଳେ ଏହାର ଏକ ନଗ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ବିରିପଟା ପଂଚାୟତ ଅନ୍ତର୍ଗତ ଜାଫରପୁର ଗାଁରେ।ଉକ୍ତ ଗ୍ରାମର ଜନୈକ ଶାରୀରିକ ଅକ୍ଷମ ତଥା ଆର୍ଥିକ ଅନଗ୍ରସର ବ୍ୟକ୍ତି ସୁଲଭ ଜେନାଙ୍କ ପରିବାରକୁ ଦେଖିଲେ ସରକାର ଓ ପ୍ରଶାସନ କେତେ ସକ୍ଷମ ତାହା ସ୍ପଷ୍ଟ ବାରିହୋଇ ପଡେ । ସମ୍ପ୍ରତି ବନ୍ୟାର ତାଣ୍ଡବ ଲୀଳା ସବୁକିଛି ଛଡାଇ ନେଇଥିବା ବେଳେ ସୁଲଭ ଜେନାଙ୍କ ଝାଟିମାଟି ଘର ସେଥିରୁ ବାଦ ପଡ଼ନ୍ତା ବା କିପରି? ବନ୍ୟାର ଛଅ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଜନପ୍ରତିନିଧି ତାଙ୍କ ପାଖରେ ପହଁଚି ତାଙ୍କ ଦୁଃଖ ଦୁର୍ଦଶା ବୁଝି ନାହାନ୍ତି ।  ଆଜି ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ୧୬୧ତମ କରୋନା ସଚେତନତା ଓ ସ୍ୱତନ୍ତ୍ର ଷଷ୍ଠ ଦିବସର ବନ୍ୟା ବିପନ୍ନଙ୍କ ସହାୟତା ଅବସରରେ ଏହି ପରିବାରକୁ ଅନୁଷ୍ଠାନ ଓ ଗ୍ରାମବାସୀଙ୍କ ତରଫରୁ ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା।ଏଥିପ୍ରତି ସରକାର ଓ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଆକର୍ଷଣ କରିବାପାଇଁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦାବି କରାଯାଉଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking