ସୁକୁମା: ହେଲିକପ୍ଟରରେ ଗଲା ପରୀକ୍ଷା ପ୍ରଶ୍ନପତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ସୁକୁମା ଜିଲ୍ଲାରେ । ଆଜିଠାରୁ ଛତିଶଗଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇଛି । ହେଲେ ସୁକମା ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ସେଠାର ଜଗରଗୁଣ୍ଡା ପରୀକ୍ଷା କେନ୍ଦ୍ରକୁ ହେଲିକପ୍ଟର ଯୋଗେ ଦଶମ ଓ ଦ୍ୱାଦଶ ପରୀକ୍ଷାର ପ୍ରଶ୍ନପତ୍ର ପଠାଇଛି ଜିଲ୍ଲା ପ୍ରଶାସନ । ସୂଚନାଯୋଗ୍ୟ, ଜାଗରକଣ୍ଡା ଅଞ୍ଚଳରେ କିଛି ଦିନ ହେବ ପୁଲିସ – ମାଓବାଦୀ ମଧ୍ୟରେ ଛକା ପଞ୍ଜା ଲାଗିରହିଛି। ତେଣୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି ପ୍ରଶାସନ। ଆଜି ସକାଳେ ଯବାନମାନେ ହେଲିକପ୍ଟରରେ ପ୍ରଶ୍ନପତ୍ର ନେଇ ଜାଗରକଣ୍ଡା ଯାଇଥିଲେ।