23.1 C
Bhubaneswar
Wednesday, January 15, 2025
Homeରାଜନୀତିପ୍ରାରମ୍ଭିକ ପର୍ଯ୍ୟାୟରେ ପଛରେ ପଡିଲେ ହେଭିୱେଟ ନେତା

ପ୍ରାରମ୍ଭିକ ପର୍ଯ୍ୟାୟରେ ପଛରେ ପଡିଲେ ହେଭିୱେଟ ନେତା

ଚଣ୍ଡୀଗଡ଼ : ସବୁଠି ଆଜି ଗୋଟିଏ ଚର୍ଚ୍ଚା । ଇଲେକ୍ସନ ର ମାହୋଲ ଏବେ ସବୁଠି ସରଗରମ । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଇସଲା । ପଞ୍ଜାବରେ ଭୋଟ ଗଣତି ଯେତେ ଆଗକୁ ବଢ଼ୁଛୁ ରାଜନେତାଙ୍କ ଛାତିରେ ସେତେ ଅଧିକ ଧକ ଧକ ବଢ଼ିବାରେ ଲାଗିଛି ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ ପଞ୍ଜାବର ୩ ହେଭିୱେଟ କ୍ୟାପ୍ଟେନ ଅମରିନ୍ଦର ସିଂହ, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି ।

ଏହାରି ଭିତରେ ଗଣତି ଆରମ୍ଭରୁ କିଛି ସମୟ ଯାଏ ଚନ୍ନି ଓ ସିଦ୍ଧୁ ଆଗରେ ଥିଲେ । ହେଲେ ଏବେ ଉଭୟ ପଛରେ ପଡ଼ିଛନ୍ତି । କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ଛାଡ଼ି ନୂଆ ଦଳ ତିଆରି କରିଛନ୍ତି । ବିଜେପି ସହ ମେଣ୍ଟ କରି ସେ ଏଥର ନିର୍ବାଚନ ଲଢ଼ୁଛନ୍ତି । ସେ ପାରମ୍ପରିକ ପଟିଆଲା ଅର୍ବାନ ଆସନରୁ ନିର୍ବାଚନ ଲଢ଼ୁଥିଲେ। ସେ ବି ପଛରେ ପଡ଼ିଛନ୍ତି । ପଞ୍ଜାବରେ ଆପ୍‌ ୭୯ଟି ଆସନ ଆଗରେ ଚାଲିଥିବା ବେଳେ ତା’ ପଛକୁ କଂଗ୍ରେସ ରହିଛି । ଏହି ୨ ଦଳଠୁ ପଛରେ ରହିଯାଇଛି ଅକାଳି ମେଣ୍ଟ। ଏଠାରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରୁ ଲଢ଼ୁଥିବା ବେଳେ ଉଭୟ ସ୍ଥାନରେ ପଛରେ ରହିଛନ୍ତି । ସେହିପରି ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରେ ପଛରେ ରହିଛନ୍ତି ।ଚମ୍‌କୌର ସାହିବ ଆସନରେ ଆପ୍‌ ପ୍ରାର୍ଥୀ ଡକ୍ଟର ଚରଣଜିତ ସିଂହଙ୍କ ଠାରୁ ପ୍ରଥମ ରାଉଣ୍ଡରେ ଆଗୁଆ ରହିବା ପରେ ଏବେ ପଛରେ ପଡ଼ିଛନ୍ତି ଚରଣଜିତ ସିଂହ ଚନ୍ନି । ସେପଟେ ତୃତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ପୂର୍ବ ଅମୃତସର ବିଧାନସଭା ଆସନରେ ପଛୁଆ ରହିଛନ୍ତି ସିଦ୍ଧୁ । ପଟିଆଲା ଅର୍ବାନ ବିଧାନସଭା ଆସନରେ ପଡିଛନ୍ତି ପଡ଼ିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ପ୍ରାୟ ୧୦ ହଜାର ଭୋଟରେ ସେ ପଛୁଆ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking