28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶସିକ୍କିମରେ ପ୍ରବଳ ବର୍ଷା : ୬ ମୃତ

ସିକ୍କିମରେ ପ୍ରବଳ ବର୍ଷା : ୬ ମୃତ

ସିକ୍କିମ : ସିକ୍କିମରେ ପ୍ରବଳ ବର୍ଷା। ଯାହାଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ ୧୫୦୦ ପର୍ଯ୍ୟଟକ ଫସିଥିବା ସୂଚନା ମିଳିଛି । ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଯେଉଁଥି ପାଇଁ ପରିସ୍ଥିତି ଖରାପ ରହିଛି । ସିକ୍କିମର କେତେକ ପାହାଡୀ ହ୍ରଦ ରହିଛି, ଫଳରେ ପାଣି ଅଧିକ ହେଲେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁଁ ଉତ୍ତର ସିକ୍କିମ ଅଞ୍ଚଳ ବାହାର ସ୍ଥାନଠାରୁ ବିଚ୍ଛିନ୍ନ ହୋଇଛି । ଭୂସ୍ଖଳନ ପରେ ହେବାକୁ ଥିବା ଦୁର୍ଘଟଣାରୁ ବଞ୍ଚିବା ପାଇଁ ନକ ହ୍ରଦ ଉପରେ ସରକାର ପୂର୍ବରୁ ସଜାଗ ରହିଛନ୍ତି । ଅନେ ସାଟେଲାଇଟ ଜରିଆରେ ନଜର ରଖାଯାଇଛି। ଭୂସ୍ଖଳନ ଏବଂ ବର୍ଷା ଯୋଗୁଁ ସଙ୍ଗକାଳାଙ୍ଗରେ ଏକ ନବନିର୍ମିତ ପୋଲ ଭାସିଯାଇଛି । ବିଭିନ୍ନ ଘର, ରାସ୍ତାରେ ବୁଡି ରହିଛି । ବିଦ୍ୟୁତ ଖୁଣ୍ଟ ଭାସିଯାଇଛି । ବର୍ଷା ଯୋଗୁଁ ମୋବାଇଲ ନେଟୱାର୍କ ମଧ୍ୟ ପ୍ରଭାବିତ ହୋଇଛି । ଜିଲ୍ଲା ପ୍ରଶାସନ ଏସଡିଆରଏଫ ଟିମ୍ ପଠାଇବାକୁ ଅନୁରୋଧ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking