27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମେଘାଳୟରେ ପ୍ରବଳ ବର୍ଷା; ୪ ମୃତ

ମେଘାଳୟରେ ପ୍ରବଳ ବର୍ଷା; ୪ ମୃତ

ସିଲୋଙ୍ଗ : ଗତ କିଛି ଦିନ ହେବ ମେଘାଳୟରେ ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ ଏଠାରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଅଛନ୍ତି। ପୂର୍ବ ଖାସି ହିଲ୍ସ ଜିଲ୍ଲାର ଭାରତ-ବାଂଲାଦେଶ ସୀମା ନିକଟ ନଙ୍ଗପ୍ରିଆଙ୍ଗ ଗ୍ରାମରେ ଏହି ଘଟଣା ଘଟିଛି। ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କନରାଡ କେ, ସଂଗମା ପ୍ରଦାନ କରିଛନ୍ତି। ସଂଗମା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି ଭୂସ୍ଖଳନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୃତକଙ୍କ ପରିବାରକୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ସମ୍ପର୍କରେ ପାଣିପାଗ ବିଭାଗ କହିଛି ଯେ ମେ ୩୦ ରେ ଏହା ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଂଶ ଆଡକୁ ଅଗ୍ରଗତି କରିଛି। ମୌସୁମୀ ସମଗ୍ର ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ ଏବଂ ଆସାମର କିଛି ଅଂଶ ସହିତ ଉତ୍ତର-ପୂର୍ବ ଅଞ୍ଚଳର ଅଧିକାଂଶ ଅଂଶକୁ ଛୁଇଁଛି। ଗତ କିଛି ଦିନ ହେବ କେରଳରେ ପ୍ରବଳ ବର୍ଷା ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking