22.1 C
Bhubaneswar
Wednesday, January 22, 2025
Homeଅପରାଧଦୁଷ୍କର୍ମ କରି ମାଡ଼ ମାରି କ୍ଷତାକ୍ତ ଅବସ୍ଥାରେ ଫିଙ୍ଗିଲେ ମହିଳାଙ୍କୁ

ଦୁଷ୍କର୍ମ କରି ମାଡ଼ ମାରି କ୍ଷତାକ୍ତ ଅବସ୍ଥାରେ ଫିଙ୍ଗିଲେ ମହିଳାଙ୍କୁ

ନୂଆଦିଲ୍ଲୀ : ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ କରିବା ପରେ ମାଡ଼ ମାରି ଲହୁଲୁହାଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ରାଜଧାନୀ ନୂଆଦିଲ୍ଲୀରେ ଏକ ଅମାନୁଷିକ, ଲଜ୍ଜାଜନକ ଘଟଣା ବିବେଚିତ ହେଉଥିବା ବେଳେ ଜଣେ ରିକ୍ସା ଚାଳକ ଏପରି ଘଟଣା ଘଟି ଥିବାର ସୂଚନା ମିଳିଛି | ରିକ୍ସା ଚାଳକ ଜଣଙ୍କ ମହିଳାଙ୍କଠାରୁ ଟଙ୍କା ଲୁଟ୍‌‌ କରି ୩ ବର୍ଷର ସନ୍ତାନ ସହିତ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଚାଲିଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଅଭିଯୁକ୍ତ ମହମ୍ମଦ ଉମରକୁ ଗିରଫ କରିଛି।
ପୀଡ଼ିତାଙ୍କ କହିବା ଅନୁସାରେ, ଗତ ୨୬ ତାରିଖରେ ସେ ଟ୍ରେନ ଯୋଗେ ବିହାରରୁ ପଞ୍ଜାବ ଯାଉଥିଲେ। କୌଣସି କାମ ପାଇଁ ସେ ଦିଲ୍ଲୀରେ କିଛି ସମୟ ପାଇଁ ଅଟକି ଥିଲେ। କାମ ସାରି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ଇ-ରିକ୍ସା ଯୋଗେ ଷ୍ଟେଶନକୁ ଫେରୁଥିଲେ। ମାତ୍ର ରିକ୍ସା ଚାଳକ ତାଙ୍କୁ ବାଟରେ ଥଣ୍ଡା ପିଇବାକୁ ଯାଚିଥିଲେ। ମହିଳା ଜଣକ ଥଣ୍ଡା ପିଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ଚାଳକ ଏକ ନିର୍ଜନ ସ୍ଥାନକୁ ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଚାଳକ ତାଙ୍କୁ ମାଡ଼ ମାରି ଟଙ୍କା ଏବଂ ମୋବାଇଲ୍‌‌ ଲୁଟି ନେଇଥିଲା। ପରେ ପୀଡ଼ିତା ଏବଂ ତାଙ୍କ ୩ ବର୍ଷର ସନ୍ତାନକୁ ଏକ ଫ୍ଲାଏଓଭର ନିକଟରେ ଫିଙ୍ଗି ଚାଲିଯାଇଥିଲା। ଜଣେ ପଥଚାରୀ ମହିଳାଙ୍କୁ ଅସହାୟ ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ସହରରେ ଲାଗିଥିବା ପ୍ରାୟ ୫୦୦ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ପୁଲିସ ଅଭିଯୁକ୍ତ ଉମରକୁ ଗିରଫ କରିବାରେ ସଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking