ଥିରୁଅନନ୍ତପୁରମ୍,୮ ।୭: ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବାର ପୂର୍ବାନୁମାନ ଭିତରେ ଶୁକ୍ରବାର ରାତିରେ ଦେଶର ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍ଡି)ର ନୂତନ ସୂଚନା ଅନୁସାରେ, ୭ ଜୁଲାଇରେ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ୨୩ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଉଡୁପି ଭଳି ଉପକୂଳବର୍ତ୍ତୀ କର୍ଣ୍ଣାଟକ ଜିଲ୍ଲାରେ ୧୮ ସେଣ୍ଟିମିଟର ବର୍ଷା ରେକର୍ଡ କରଯାଇଛି, କନ୍ନଡରେ ୧୮ ସେମି ଓ ଉପ୍ପିନଗଡିରେ ୧୭ ସେମି ବର୍ଷା ହୋଇଛି । ତାମିଲନାଡୁରେ ଶୁକ୍ରବାର ୧୪ ସେମି ବର୍ଷା ରେକର୍ଡ କରାଯିବା ପରେ ନୀଳଗିରିରେ ହିମସ୍ଖଳନ ହୋଇଛି । ରାଜ୍ୟର ଅନ୍ୟ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କୋଏମ୍ବାଟୁରର ଭଲପରାଇରେ ୧୧ ସେମି, ହାରିସନ୍ ମଲୟାଲମ୍ ଲିମିଟେଡ ଓ ନୀଳଗିରିର ବର୍ଥ ଏଷ୍ଟଟରେ ୧୦ ସେମି ବର୍ଷା ରେକର୍ଡ କରାଯାଇଛି ।
କେରଳର ଦକ୍ଷିଣ-ପଶ୍ଚିମ ମୌସୁମୀ କାରଣରୁ ହୋଇଥିବା ପ୍ରବଳ ବର୍ଷାରେ ୮ ଜଣ ଲୋକଙ୍କର ଜୀବନ ଚାଲିଯାଇଛି । ଏହାଛଡା ଚଳିତ ବର୍ଷ ଏର୍ଯ୍ୟନ୍ତ ରାଜ୍ୟସାରା ଖୋଲା ଯାଇଥିବା ଉଦ୍ଧାର କେନ୍ଦ୍ରରେ ୭,୮୪୪ ଲୋକଙ୍କୁ ରଖାଯାଇଛି । ପ୍ରବଳ ବର୍ଷା ଓ ଏହି କାରଣରୁ ଆସିଥିବା ବନ୍ୟା ଯୋଗୁଁ ରାଜ୍ୟର ୫୧ଟି ଘର ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ସେଭଳି ୧,୦୨୩ ଘର ଆଶିଂକ ଭାବରେ କ୍ଷତିଗ୍ରସ୍ତ ହୋଇଛି । କର୍ଣ୍ଣାଟକର ଦକ୍ଷିଣ କନ୍ନଡରେ ୭ ଜୁଲାଇ ପର୍ଯ୍ୟନ୍ତ ବର୍ଷା କାରଣରୁ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।
ଶନିବାର ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ସହରରେ ଦକ୍ଷିଣ-ପଶ୍ଚିମ ମେ?ସୁମୀ ସକ୍ରିୟ ରହିଛି । ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଉତ୍ତର ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଜୁଲାଇ ୮ ରୁ ୯ ପର୍ଯ୍ୟନ୍ତ ଜାମ୍ମୁ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ଆଇଏମଡି କହିଛି, ପ୍ରବଳ ବର୍ଷା ପାଇଁ ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ ।