28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶହିମାଚଳରେ ପ୍ରବଳ ବର୍ଷା-ଭୂସ୍ଖଳନ : ଲାହୌଲ ଓ ସ୍ପିତିରେ ଫସିଲେ ୧୪୪ ପର୍ଯ୍ୟଟକ

ହିମାଚଳରେ ପ୍ରବଳ ବର୍ଷା-ଭୂସ୍ଖଳନ : ଲାହୌଲ ଓ ସ୍ପିତିରେ ଫସିଲେ ୧୪୪ ପର୍ଯ୍ୟଟକ

ନୂୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଲାହେଲ ଏବଂ ସ୍ପିତିରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୪୪ ଜଣ ପର୍ଯ୍ୟଟକ ଫସିଯାଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପଟ୍ଟନ ଘାଟୀରେ ୨୦୪ ଜଣ ପର୍ଯ୍ୟଟକ ଫସିଥିଲେ। ସେଥିରୁ ୬୦ ଜଣଙ୍କୁ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ କୌଶଳକ୍ରମେ ଉଦ୍ଧାର କରିଛନ୍ତି। ପାଗ ଖରାପ ଥିଲେ ମଧ୍ୟ ବାୟୁସେନା ଗୁରୁବାର ଜମ୍ମୁ କଶ୍ମୀରର ବର୍ଷା ଓ ଭୂସ୍ଖଳନ ଘଟଣାରେ ପ୍ରଭାବିତ କିଶତୱାଡ଼ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା। ବାୟୁସେନାର ଯବାନମାନେ ନିଖୋଜ ୨୦ ଜଣଙ୍କ ଠିକଣା ଖୋଜିବାରେ ବ୍ୟସ୍ତ ଥିଲେ। ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି। ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରଦେଶର ୧୫ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ପୂର୍ବ, ପଶ୍ଚିମ ଓ ମଧ୍ୟ ଭାରତରେ ଆଗାମୀ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking