18.1 C
Bhubaneswar
Saturday, November 23, 2024
Homeଓଡିଶାଆସୁଛି ବଡ଼ ବାତ୍ୟା!

ଆସୁଛି ବଡ଼ ବାତ୍ୟା!

ଭୁବନେଶ୍ୱର (ଓଏନଏ): ସାରା ବିଶ୍ୱରେ ଏବେ ଗୋଟିଏ ଚିନ୍ତା କରୋନା । ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଏହି ରୋଗରେ ୫୪ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ଗଲାଣି । ଭାରତରେ ପାଖାପାଖି ୩୦ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୯୦୦ରୁ ଅଧିକ ଲୋକ ମୃତ୍ୟବରଣ କଲେଣି ।
ଓଡ଼ିଶାର ଉପକୂଳ ଜିଲ୍ଲାମାନଙ୍କରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ଏହା ନିୟନ୍ତ୍ରଣ ବାହାରେ ଥିବା ବେଳେ ଆଗକୁ ମାଡ଼ି ଆସୁଛି ବଡ଼ ବାତ୍ୟା । ଉପକୂଳ ଓଡ଼ିଶା ସମେତ ୧୭ଟି ଜିଲ୍ଲାରେ ବର୍ତ୍ତମାନ ମଧ୍ୟମ ଧରଣ ବର୍ଷା ହେଉଥିବା ବେଳେ କିଛି ସ୍ଥାନରେ ଘୂର୍ଣ୍ଣି ଝଡ଼ ହୋଇଥିବା ନଜରକୁ ଆସିଛି । ୨ ଦିନ ତଳେ ଝାରସୁଗୁଡ଼ା ଜିଲ୍ଲାରେ କୁଆପଥର ବର୍ଷା ହୋଇଥିଲା । ଏହି ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଖବର ମିଳିଛି ।
ଚଳିତ ମାସ ଶେଷ ବେଳକୁ ଏହା ଲଘୁଚାପର ରୂପ ନେବାର ଆଶଙ୍କା କରାଯାଉଛି ।
ପୁଣେସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ) ସଂସ୍ଥା ତଥା ଆମେରିକୀୟ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ସୂଚନା ଅନୁସାରେ ଚଳିତ ମାସ ଶେଷ ଅର୍ଥାତ ୩୦ ତାରିଖ ବେଳକୁ ଆଣ୍ଡାମାନ ଓ ନିକୋବର ଦୀପର ଦକ୍ଷିଣ ପୂର୍ବ ଭାଗରେ ଲଘୁଚାପ ଘନିଭୂତ ହେବାର ସମ୍ଭାବନା ରହିଛି । ଏହା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରି ଡିପ୍ରେସନର ରୂପ ନେଇପାରେ । ଯଦି ଏହା ସାଇକ୍ଲୋନକ ଷ୍ଟର୍ମରେ ପରିଣତ ହୁଏ ତେବେ ମେ ୪ ତାରିଖରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳପଥ ଛୁଇବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking