20.1 C
Bhubaneswar
Wednesday, January 8, 2025
Homeଓଡିଶାକାଲିଠୁ କମିବ ତାତି

କାଲିଠୁ କମିବ ତାତି

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ହ୍ରାସ ପାଇବ ଗ୍ରୀଷ୍ମ ପ୍ରବାହ । ଗତ ଦୁଇ ଦିନ ଧରି ଓଡିଶା, ଆନ୍ଧ୍ର ଆଦିରେ ପ୍ରବଳ ତାତି ହେଉଛି । ସମୁଦ୍ରରେ ଯଥେଷ୍ଟ ପରିମାଣର ବାୟୁ ଆସୁନଥିବାରୁ ତାତି ବଢୁଛି । ଗତ ୨ ଦିନ ଭଳି ଆଜି ବି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆସନ୍ତାକାଲି ଠାରୁ ତାତି ହ୍ରାସ ପାଇବା ସମ୍ଭାବନା ରହିଛି । କାଲିଠାରୁ କାଳ ବୈଶାଖୀ ବର୍ଷା ହେବାର ଥିବାରୁ ତାତି କମିବ । ଚଳିତ ଏପ୍ରିଲ, ମେ, ଜୁନରେ ସ୍ୱାଭାବିକ ଠାରୁ ଅଧିକ ତାତି ରହିବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏବର୍ଷ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ତୀବ୍ରତା, ବାରମ୍ବାରତା ଅଧିକ ହେବ । ଗ୍ରୀଷ୍ମପ୍ରବାହ ପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏବେ ଏତେ ମାତ୍ରାରେ ଖରା ହେଉଛି ଯେ, ଦିନ ୧୦ଟା ବେଳକୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking