22.1 C
Bhubaneswar
Friday, January 10, 2025
Homeଖେଳଜୀବିତ ଅଛନ୍ତି ହିଥ୍‌ ଷ୍ଟ୍ରିକ, ନିଧନ ଖବର ଗୁଜବ ବୋଲି ଟ୍ଵିଟ୍‌ କଲେ ସାଥି ହେନେରୀ...

ଜୀବିତ ଅଛନ୍ତି ହିଥ୍‌ ଷ୍ଟ୍ରିକ, ନିଧନ ଖବର ଗୁଜବ ବୋଲି ଟ୍ଵିଟ୍‌ କଲେ ସାଥି ହେନେରୀ ଓଲାଙ୍ଗା

ଜିମ୍ବାୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ । ଷ୍ଟ୍ରିକ୍‌ ଜୀବିତ ଅଛନ୍ତି । ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନେଇ ତାଙ୍କ ସାଙ୍ଗ ହେନେରୀ ଓଲାଙ୍ଗା କହିଛନ୍ତି । ଦୀର୍ଘ ଦିନରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ଷ୍ଟ୍ରିକଙ୍କୁ କୋଲନ ଏବଂ ଲିଭର କ୍ୟାନସର ଯୋଗୁଁ ୪୯ ବର୍ଷ ବୟସରେ ନିଧନ ହୋଇଥିବା ଗୁଜବ ପ୍ରଚାରିତ ହୋଇଥିଲା । ଷ୍ଟ୍ରିକ ଜିମ୍ବାୱେ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ୬୫ ଟେଷ୍ଟ ଏବଂ ୧୮୯ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ତେବେ ଓଲାଙ୍ଗା ପ୍ରଥମ ଟ୍ଵିଟ୍‌ କରି ଷ୍ଟ୍ରିକଙ୍କ ମୃତ୍ୟୁ ହେବା ନେଇ ପୋଷ୍ଟ କରିଥିଲେ । ଏହାପରେ ସେ ଟ୍ଵିଟକୁ ଡିଲିଟ କରି ଷ୍ଟ୍ରିକ୍‌ ଜୀବିତ ଅଛନ୍ତି ବୋଲି କହିଛନ୍ତି । ହିଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ବହୁତ ମାତ୍ରାରେ ପ୍ରଚାରିତ ହେବା ପରେ ମୁଁ ତାଙ୍କ ସହିତ କଥା ହେଲି । ତୃତୀୟ ଅମ୍ପାୟର ତାଙ୍କୁ ପୁଣି ଫେରାଇ ଆଣିଲେ । ସେ ବହୁତ ଭଲ ଏବଂ ବର୍ତ୍ତମାନ ଜୀବିତ ଅଛନ୍ତି । ଜିମ୍ବାୱେ କ୍ରିକେଟ ଟିମ୍ ପାଇଁ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ସେ ଜିମ୍ବାୱେ ଦଳର ନେତୃତ୍ୱ ନେଇଥିଲେ । ଷ୍ଟ୍ରିକ ଜିମ୍ବାୱେ ତରଫରୁ ୬୫ ଟେଷ୍ଟ ଏବଂ ୧୮୯ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ତେବେ ଏହି କ୍ୟାରିୟରରେ ସେ ଦେଶର ଏକମାତ୍ର ଖେଳାଳି ଭାବରେ ୧୦୦ରୁ ଅଧିକ ୱିକେଟ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ନିଜ କ୍ୟାରିୟରରେ ମୋଟ ୧୯୯୦ ରନ୍ କରିଥିବା ବେଳେ ଦିନିକିଆରେ ପ୍ରାୟ ୩୦୦୦ ରନ୍ ସଂଗ୍ରହ କରିଛନ୍ତି ।୧୯୯୩ରେ ସର୍ବ ପ୍ରଥମେ ପାକିସ୍ତାନ ବିପକ୍ଷରେ ଖେଳି ଷ୍ଟ୍ରିକ୍ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ରାୱଲପିଣ୍ଡିରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ୮ଟି ୱିକେଟ୍ ନେଇ ଖ୍ୟାତି ଅର୍ଜନ କରିଥିଲେ। ୨୦୦୫ରେ ସେ ଜିମ୍ବାୱେ କ୍ରିକେଟ୍ ଟିମରୁ ସନ୍ନ୍ୟାସ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ୨୦୦୬ରେ ଇଂଲଣ୍ଡର କାଉଣ୍ଟି ଟିମ୍‌ ପାଇଁ ୨ ବର୍ଷ ଅଧିନାୟକ ହୋଇଥିଲେ । ଏହାପରେ କୋଚିଂରେ ନିଜର କ୍ୟାରିୟର ଆରମ୍ଭ କଲେ । ସେ ଜିମ୍ବାେଓ୍ଵ, ସ୍କଟଲାଣ୍ଡ, ବାଂଲାଦେଶ, ଗୁଜରାଟ ଲାଏନ୍ସ, କୋଲକତା ନାଇଟ ରାଇଡର୍ସ ଭଳି ଟିମକୁ କୋଚିଂ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking