ଭୁବନେଶ୍ୱର: କିଛି ଦିନ କାଳବୈଶାଖିର ପ୍ରଭାବ ଫଳରେ ତାତିରୁ ନିସ୍ତାର ମିଳୁଥିବା ବେଳେ ପୁଣି ରାଜ୍ୟକୁ ଫେରିବ ତାତି । ୮ ତାରିଖ ପରେ ତାତି ଫେରିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ୮ ତାରିଖ ପର୍ଯ୍ୟନ୍ତ ବର୍ଷିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। । ସେପଟେ କିଛି ହେବ ଟ୍ବିନି ସିଟି ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ କାଳବୈଶାଖିର ତାଣ୍ତବ ଦେଖିବାକୁ ମିଲୁଛି । ଆହୁରି ୨ ଦିନ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ଏନେଇ କିଛି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ୫୦ ରୁ ୬୦ କିମି ରହିବ ନେଇ ସୂତନା ମିଳିଛି । ଅନ୍ୟପଟେ ନୂଆପଡ଼ା, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲାକନଗିରି, ନବରଙ୍ଗପୁର ଆଦି ଜିଲା ମାନଙ୍କ ର କିଛି କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି l ବର୍ଷା ସାଙ୍ଗକୁ ହାଲକା ପବନ ଓ ଘଡଘଡିର ମଧ୍ୟ ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ କନ୍ଧମାଳର ଦାରିଙ୍ଗବାଡ଼ି ଅଞ୍ଚଳରେ ସର୍ବାଧିକ 38 ମିମି ବର୍ଷା ରେକର୍ଡ କରାଯାଇଛି।