29.1 C
Bhubaneswar
Saturday, July 27, 2024
Homeଓଡିଶାମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ୍ : କ୍ୟାପିଟାଲ୍ ହସ୍ପିଟାଲରେ ମୃତ ଘୋଷଣା

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ୍ : କ୍ୟାପିଟାଲ୍ ହସ୍ପିଟାଲରେ ମୃତ ଘୋଷଣା

ଭୁବନେଶ୍ୱର: ଗୁରୁବାର ସନ୍ଧ୍ୟାରେ କୋଲକାତାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଭୁବନେଶ୍ୱର ବିମାନବନ୍ଦର ଠାରେ ଜରୁରୀ ଅବତରଣ କରିଛି । ମଝି ଆକାଶରେ ବିମାନ ଭିତରେ ଜଣେ ଯାତ୍ରୀଙ୍କୁ ହାର୍ଟ ଆଟାକ୍ ହେବାରୁ ଏଭଳି ଜରୁରୀ ଅବତରଣ କରିଥିଲେ ପାଇଲଟ୍ । ତେବେ ଭୁବନେଶ୍ୱର ବିମାନବନ୍ଦରରୁ ସଂପୃକ୍ତ ଯାତ୍ରୀ ଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲେହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ମୃତ ଯାତ୍ରୀ ଜଣକ ହେଉଛନ୍ତି ୫୯ ବର୍ଷୀୟ ଜୟବ୍ରତ ଘୋଷ । ସେ ନିଜ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କ ସହ ଇଣ୍ଡିଗୋ ବିମାନ ନମ୍ବର ୯୪୬ରେ କୋଲକାତାରୁ ହାଇଦ୍ରାବାଦକୁ ଯାତ୍ରା କରୁଥିଲେ । ମଝି ଆକାଶରେ ବିମାନ ଥିବାବେଳେ ହଠାତ୍ ସେ ଶ୍ୱାସକ୍ରିୟାରେ ସମସ୍ୟା ଭୋଗିଥିଲେ ।

ବିମାନ ମଧ୍ୟରେ ଥିବା ଆପୋଲୋ ହସ୍ପିଟାଲର ଜଣେ ଡାକ୍ତର ତୁରନ୍ତ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ପରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିବା ନେଇ ସଂପୃକ୍ତ ଡାକ୍ତର ଜଣକ ସୂଚାଇବା ସହ ତୁରନ୍ତ ତାଙ୍କୁ କୌଣସି ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଏହାପରେ ବିମାନରେ ଥିବା କର୍ମଚାରୀ ଏବଂ ପାଇଲଟ୍ ତୁରନ୍ତ ନିଷ୍ପତ୍ତି ନେଇ ସନ୍ଧ୍ୟା ୬ଟା ପାଖାପାଖି ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ବିମାନଟିକୁ ଅବତରଣ କରିଥିଲେ ।

ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ଏକ ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲର ଜରୁରୀ ୱାର୍ଡକୁ ନିଆଯାଇଥିଲା । ସାଥିରେ ପରିବାର ଲୋକ ମଧ୍ୟ ଯାଇଥିଲେ । ହସ୍ପିଟାଲରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ତୁରନ୍ତ ଡାକ୍ତର ଜୟବ୍ରତଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର, ତାଙ୍କୁ ବଞ୍ଚାଇବାର ସବୁ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking