28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭବାନିପୁର ଉପନିର୍ବାଚନରେ ୫୩% ମତଦାନ

ଭବାନିପୁର ଉପନିର୍ବାଚନରେ ୫୩% ମତଦାନ

କୋଲକାତା: ଗୁରୁବାର ପଶ୍ଚିମବଙ୍ଗର ତିନିଟି ବିଧାନସଭା ଆସନ ଯଥା ଭବାନିପୁର, ଜଙ୍ଗିପୁର ଓ ସମସେରଗଞ୍ଜରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ସବିଶେଷ ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭବାନିପୁରରେ ୫୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । କାଁ ଭାଁ ଗଣ୍ଡଗୋଳକୁ ବାଦଦେଲେ ଏହି ନିର୍ବାଚନମଣ୍ଡଳୀରେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଏଠାରେ ମମତାଙ୍କ ବିପକ୍ଷରେ ବିଜେପି ପକ୍ଷରୁ ପ୍ରିୟଙ୍କା ଟିବରୱାଲ ଓ ସିପିଏମ ପକ୍ଷରୁ ସଞ୍ଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି । ଏଠାରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ପକ୍ଷରୁ ରିଗିଂ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ନିର୍ବାଚନ କମିଶନ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

କେବଳ ଗୋଟିଏ ବୁଥ୍‌ରେ ମତଦାନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହୋଇଥିବା ଇସିଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହା ମକ୍ ପୁଲ ପାଇଁ ଘଟିଥିଲା, ଏହାପଛରେ ଶାସକ ଦଳର କୌଣସି ଭୂମିକା ନଥିବା ଇସି ସ୍ପଷ୍ଟ କରିଛନ୍ତି । ଟିଏମ୍‌ସି ନେତା ମଦନ ମିତ୍ର ୭୨ ନମ୍ବର ବୁଥ୍‌ରେ ପହଞ୍ଚି ଇଭିଏମ୍ ଜବରଦଖଲ କରିଥିଲେ ବୋଲି ବିଜେପି ଯେଉଁ ଅଭିଯୋଗ କରିଛି, ତାହାକୁ ମଧ୍ୟ ଇସି ଖଣ୍ଡନ କରିଛନ୍ତି ।  ଅକ୍ଟୋବର ୩ରେ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking