35.3 C
Bhubaneswar
Thursday, April 16, 2026
Homeଓଡିଶା୧୬ରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି

୧୬ରୁ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି

ଭୁବନେଶ୍ଵର : ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଆଧାର ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି। ଆଧାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସନ୍ତା ସୋମବାର ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ ହେବ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ଓକାକ ଟାୱାର, ପଠାଣି ସାମନ୍ତ ପ୍ଲାନେଟୋରିଅମ ପାର୍ଶ୍ଵ ଗେଟ୍ ଠାରେ ଶୁଣାଣି କରାଯିବ। ଏଥିପାଇଁ ପ୍ରଥମେ ଓକାକ ପୋର୍ଟାଲ https://www.ocac.in ରେ ଦିଆଯାଇଥିବା ଲିଙ୍କ ମାଧ୍ୟମରେ ପଞ୍ଜିକରଣ କରିବାକୁ ପଡ଼ିବ। ଇଚ୍ଛୁକ ବ୍ୟକ୍ତି ସେମାନଙ୍କ ଆଧାର ସମ୍ବନ୍ଧିତ ଅଭିଯୋଗ ଗୁଡ଼ିକୁ ପୋର୍ଟାଲରେ ପଞ୍ଜିକୃତ କରାଇ ପଞ୍ଜିକରଣ ପ୍ରାପ୍ତି ସ୍ଵୀକାରପତ୍ର ସହ ଅଭିଯୋଗ ପ୍ରକୋଷ୍ଠରେ ସୋମବାର ସକାଳ ସାଢେ ୧୦ଟାରୁ ଉପସ୍ଥିତ ରହିବେ। ସେଠାରେ ଥିବା ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking