33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଚିନ୍ତା ବଢାଉଛି ୧୮ ଜିଲ୍ଲା

ଚିନ୍ତା ବଢାଉଛି ୧୮ ଜିଲ୍ଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା କଥା, ସାରାଦେଶରେ କରୋନା ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଏହାସହିତ ପ୍ରତିଦିନ ୧୦୦ରୁ ଅଧିକ ମାମଲା ଥିବା ଜିଲ୍ଲାରେ ବି ହ୍ରାସ ହେଉଛି । ୧ ଜୁନରେ ଦେଶରେ ୨୭୯ ଜିଲ୍ଲା ଏମିତି ଥିଲେ, ଯେଉଁଠି ପ୍ରତିଦିନ ୧୦୦ରୁ ଅଧିକ ମାମଲା ଆସୁଥିଲା । ହେଲେ ଏବେ ଏହା ହ୍ରାସ ପାଇ ୫୭ ଜିଲ୍ଲାରେ ପହଂଚିଛି ।
ଲବ୍ ଅଗ୍ରୱାଲ କହିଛନ୍ତି ଯେ, ଏବେ ବର୍ତମାନ ୫୭ ଜିଲ୍ଲାରେ ପ୍ରତିଦିନ କରୋନାର ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ସେ କହିଛନ୍ତି କି, ୨୨୨ ଜିଲ୍ଲାରେ ମାମଲା ସଂଖ୍ୟା ରେ ହ୍ରାସ ପରିଲକ୍ଷିତ ହୋଇଛି । ସୀମିତ କ୍ଷେତ୍ରରେ ମାମଲା ବଢୁଛି ।
କେରଳର ୧୦ ଜିଲ୍ଲା ସହିତ ୧୮ ଜିଲ୍ଲା ଏମିତି ଅଛି, ଯେଉଁଠି କରୋନା ମାମଲାରେ ବୃଦ୍ଧି ପରିଲକ୍ଷିତ ହେଉଛି । ଏହି ୧୮ ଜିଲ୍ଲାରେ ୪୭.୫ ପ୍ରତିଶତ ମାମଲା ରହିଛି । ସେ କହିଛନ୍ତି, ୪୪ ଜିଲ୍ଲା ଏମିତି ରହିଛି, ଯେଉଁଠି ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି । ଏହି ଜିଲ୍ଲା କେରଳ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡରେ ରହିଛି । କେରଳରେ ୧୦ ଜିଲ୍ଲା ରହିଥିବା ବେଳେ ମହାରାଷ୍ଟ୍ରରେ ୩ ଓ ମଣିପୁରରେ ୨ ଜିଲ୍ଲା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking