34.1 C
Bhubaneswar
Thursday, March 20, 2025
Homeଓଡିଶାସିଏସଆର ମୁଖ୍ୟଙ୍କ ସ୍ବେଛାକୃତ ସହଯୋଗ ଲୋଡ଼ିଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ

ସିଏସଆର ମୁଖ୍ୟଙ୍କ ସ୍ବେଛାକୃତ ସହଯୋଗ ଲୋଡ଼ିଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଆଜି ଏକ ସ୍ଥାନୀୟ ହୋଟେଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ ଅଧିକ ସଶକ୍ତ ଓ ସକ୍ରିୟ କରିବା ପାଇଁ ୨୪ଟି ପ୍ରମୁଖ ଶିଳ୍ପାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କର ସିଏସଆର ମୁଖ୍ୟଙ୍କ ଆନ୍ତରିକ ସହଯୋଗ କାମନା କରିଛି । ଯକ୍ଷ୍ମା ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରି ଏକ ସୁସ୍ଥ ଓ ସବଳ ସମାଜ ଗଠନ କରିବା ଥିଲା ବୈଠକର ମୂଳ ଉଦ୍ଦେଶ୍ୟ । ଯକ୍ଷ୍ମା ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଯଥେଷ୍ଟ ପରିମାଣର ପୃଷ୍ଟିକର ଖାଦ୍ୟର ବନ୍ଦୋବସ୍ତ କରାଗଲେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆଶାତୀତ ଉନ୍ନତି ଆସିବା ସହିତ ପରିବାର ମଧ୍ୟରେ ରୋଗର ବିସ୍ତାରକୁ ରୋକାଯାଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଦେଶ ତଥା ରାଜ୍ୟ ଗଠନ ଲକ୍ଷ୍ୟ ହାସଲ ଦିଗରେ ସିଏସଆର ସହାୟତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସରକାରଙ୍କ ସଂକଳ୍ପ ସହିତ ଶିଳ୍ପାନୁଷ୍ଠାନ, ଡାକ୍ତରଖାନା, ବ୍ୟାଙ୍କ ଓ ଅନ୍ୟ ଦାତବ୍ୟ ଅନୁଷ୍ଠାନ ଗୁଡିକର ସହଯୋଗ ମିଶିଗଲେ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମରେ ନାଲକୋ, ଏଚଡିଏଫସି ବ୍ୟାଙ୍କ ଲିମିଟେଡ, ଟାଟା ଷ୍ଟିଲ ଫାଉଣ୍ଡେସନ, ଏନଏଲସି ଇଣ୍ଡିଆ ଲିମିଟେଡ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଏମସିଏଲ, ଆଇଓସିଏଲ, ଟାଟା ଷ୍ଟିଲ ଫାଉଣ୍ଡେସନ, ସୁଶ୍ରୁତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାର, ପାରାଦୀପ ଫସଫେଟ ଲିମିଟେଡ, ଜେଏସଡବ୍ଲୁ ଫାଉଣ୍ଡେସନ, ହିଣ୍ଡାଲକୋ ଲିମିଟେଡ, ଏଏମ/ଏନଏସ ଇଣ୍ଡିଆ, ଆରଟିଆଇ ଷ୍ଟିଲ ଲିମିଟେଡ, ଆକ୍ସିସ ବ୍ୟାଙ୍କ ଲିମିଟେଡ, ପାର୍କଲ୍ୟାଣ୍ଡସ ସୋଲାର ପ୍ରାଇଭେଟ ଲିମିଟେଡ, ଓଏମସି ଏବଂ ୱାସୋଲ ଏନର୍ଜି ଲିମିଟେଡର ସିଏସଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking