32.1 C
Bhubaneswar
Saturday, June 22, 2024
Homeଓଡିଶାମାଛ ଧରିବାକୁ ଯାଇ ନିଖୋଜ ଥିଲେ ଆଜି ମିଳିଲା ମୃତଦେହ

ମାଛ ଧରିବାକୁ ଯାଇ ନିଖୋଜ ଥିଲେ ଆଜି ମିଳିଲା ମୃତଦେହ

ତେଲକୋଇ : ମାଛ ଧରିବାକୁ ଯାଇ ୨ ଦିନ ହେବ ନିଖୋଜ ଥିବା ବ୍ୟକ୍ତିଙ୍କର ମୃତଦେହ ଆଜି ସକାଳେ ମିଳିଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ । ତେଲକୋଇ ଥାନା ଅନ୍ତର୍ଗତ ଖଜୁରିଆ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଶୁକଦେବ ପେଣ୍ଠେଇଙ୍କ ପୁଅ ଭିମସେନ । ସୂଚନା ଅନୁସାରେ, ଗତ ଶନିବାର ଦିନ ଭୀମସେନ ଖଜୁରିଆ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରି ସାରି ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କ ମୃତଦେହ ଡ୍ୟାମରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking