23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ପୁଅ କଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ମୋବାଇଲରେ ଗେମ୍‌ ଖେଳିବାକୁ ମନା କରିବାରୁ ପୁଅ କଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ମୁମ୍ବାଇ: ମୁମ୍ବାଇରେ ପୁଣି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ୧୬ ବର୍ଷ ନାବାଳକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛି। ପାଠ କିମ୍ବା ପରୀକ୍ଷାରେ ଫେଲ୍‌ ହେବା ଯୋଗୁଁ ନୁହେଁ ବରଂ ଖେଳିବାକୁ ମନା କରାଯିବାରୁ ପିଲାଟି ଏପରି ନିଷ୍ପତ୍ତି ନେଇଛି। ମୋବାଇଲରେ ଗେମ୍‌ ଖେଳିବା ପାଇଁ ମା’ ମନା କରିବାରୁ ପିଲାଟି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଘଟଣାରେ ମୁମ୍ବାଇର ବୋବଲି ଜିଆରପି ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ୭ଟାରେ ଓମ ଭରତ ନାମକ ପିଲା ଘରେ ବସି ମୋବାଇଲରେ ଗେମ୍‌ କରିଥିଲା। ସେହିସମୟରେ ମା’ ଆସି ପିଲା ହାତରେ ମୋବାଇଲ ଫୋନ ଛଡାଇ ନେବା ପରେ ପଠିବାକୁ କହିଥିଲେ। ଏହା ପରେ ରାଗରେ ଆସି ଓମ ଭରତ ସୁଇସାଇଟ୍‌ ନୋଟ୍‌ ଲେଖି ଘରୁ କେଉଁଆଡେ ପଳାଇ ଯାଇଥିଲେ।

କିଛି ସମୟରେ ଓମଙ୍କ ମା’ ଆସି ଦେଖିବା ବେଳକୁ ଖଟ ଉପରେ ଚିଠି ପଡିଥିବା ଦେଖିବାକୁ ପାଇଥିଲେ। ଆଉ ସେଥିରେ ଲେଖାଥିଲା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ଏବେ କେବେ ବି ଆସିବିନି। ଚିଠିଟି ପାଇବା ପରେ ମା’ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ। ତା’ ପରେ ପୋଲିସ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲା।ପିଲାଟି ମଲାଡ ଏବଂ କାନ୍ଦିବଲ୍ଲୀ ଷ୍ଟେସନ ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ପୋଲିସକୁ ମିଳିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଓମ ଭରତଙ୍କ ଶବ ମିଳିଥିଲା।

ଗତଦୁଇଦିନ ତଳେ ଏମିତି ଘଟଣା ଦେଖିବାକୁ ମିଳିଥିଲା। ପବଜୀ ଖେଳିବାକୁ ମା’ ବାରଣ କରିବାରୁ ଜୀବନରୁ ମାରିଦେଲା ପୁଅ । ୟମୁନାପୁରମ କେଲାନୀରେ ଏଭଳି ଏକ ଭରଙ୍କର ଘଟଣା ଘଟିଛି। ଘରେ ଭିତରେ ମା’କୁ ମାରି ୩ ଦିନ ପର୍ଯ୍ୟନ୍ତ ରଖିଥିଲା ପୁଅ। ଆଉମା’ ଶବରୁ ଗନ୍ଧ ନ ବାହାରୁ ତେଣୁ ରୁମ୍‌ ଫ୍ରେସନର ପକାଉଥିଲା।

ମା’କୁ ମାରିବା ପରେ ଭଉଣୀକୁ ଧମକାଇ ଅଲଗା ଏକ ରୁମରେ ବନ୍ଦ କରିଦେଇଥିଲା। କିନ୍ତୁ ନିଜେ ମା’ ଶବ ସହିତ ଘରେ ଦୁଇଦିନ ଯାଏଁ ବନ୍ଦ ରହିଥିଲା। ଆଉ ଶବରୁ ଦୁର୍ଗନ୍ଧ ନ ବାହାରିବା ପରେ ରୁମ୍‌ ଫ୍ରେସନର ପକାଇଥିଲା। ଦୁଇଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସରେ ଫୋନ କରି ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ବିଷୟରେ ଜାଣିବାକୁ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking