29.1 C
Bhubaneswar
Sunday, May 19, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉପହାର ଦେଲେ ନିଜ ପୁସ୍ତକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉପହାର ଦେଲେ ନିଜ ପୁସ୍ତକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜ ପୁସ୍ତକ ’ସର୍ଭିସ ଅନଇଣ୍ଟରପଟେଡ୍’ ଉପହାର ଦେଇଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ୍। ନବୀନ ପଟ୍ଟନାୟକ ଏବଂ ଏମ୍. ଏମ୍. ରାଜେନ୍ଦ୍ରନଙ୍କ ସମ୍ପର୍କ ମଧ୍ୟ ଇତିହାସର ଅଭୁଲା କାହାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଏମ୍ ଏମ୍ ରାଜେନ୍ଦ୍ରନ୍ । ରାଜେନ୍ଦ୍ରନଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁସ୍ତକରେ ତାଙ୍କ ପ୍ରାଶାସନିକ ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ ରହିଛି। କାରଣ ଯେତେବେଳେ ନବୀନ ପଟ୍ଟନାୟକ ପ୍ରଥମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଭିଷିକ୍ତ ହୁଅନ୍ତି ଅବା ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ କରି ଶପଥ ପାଠ କରାଇଥିଲେ ସେତେବେଳେର ରାଜ୍ୟପାଳ ଏମ୍. ଏମ୍. ରାଜେନ୍ଦ୍ରନ । ଗତକାଲି ଏମ୍. ଏମ୍. ରାଜେନ୍ଦ୍ରନ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking