41.1 C
Bhubaneswar
Tuesday, April 30, 2024
Homeଅପରାଧହତ୍ୟା କରିବା ପରେ ମୃତଦେହ ସହିତ ସେଲଫି ନେଲା ଅଭିଯୁକ୍ତ

ହତ୍ୟା କରିବା ପରେ ମୃତଦେହ ସହିତ ସେଲଫି ନେଲା ଅଭିଯୁକ୍ତ

ଚେନ୍ନାଇ: ଗତ ଗୁରୁବାର ପୋଲିସ ୩୨ ବର୍ଷୀୟ ଅଟୋରିକ୍ସା ଚାଳକ ରବିଚନ୍ଦ୍ରନଙ୍କ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଏ.ମାଧନ କୁମାର, ଏ ଧନୁଷ, କେ. ଜୟପ୍ରକାଶ ଓ ଏସ୍ ଭରତ। ଅଭିଯୁକ୍ତଙ୍କୁ ଯେତେବେଳେ ହତ୍ୟା ବିଷୟରେ ପଚରା ଯାଇଥିଲା ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ପ୍ରଥମେ ଚାରି ଅଭିଯୁକ୍ତ ରବିଚନ୍ଦ୍ରନଙ୍କୁ ପିଟି ପିଟି ହତ୍ୟା କରିଥିଲେ ଓ ତା’ ପରେ ତାଙ୍କର ମୃତଦେହ ସହିତ ସେଲଫି ନେଇଥିଲେ। କେବଳ ସେତିକି ନୁହେଁ, ବିନା ଭୟରେ ଅଭିଯୁକ୍ତମାନେ ନିଜର ସାଙ୍ଗ ସାମନାରେ ଏହା ପ୍ରମାଣିତ କରିବା ପାଇଁ ରବିଚନ୍ଦ୍ରନଙ୍କୁ ହତ୍ୟା କରିଥିଲେ। ଏହାପରେ ସେଲଫି ନେଇ ହ୍ବାଟସଆପ୍‌ରେ ସେୟାର କରିଥିଲେ।

ହ୍ବାଟସଆପ୍‌ରେ ସେୟାର କରାଯାଇଥିବା ଫଟୋ ଆଧାରରେ  ପୋଲିସ ମାମଲାର ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସର କହିବା ଅନୁସାରେ, ମୃତକ ରବିଚନ୍ଦ୍ରନଙ୍କର କିଛି ଦିନ ପୂର୍ବରୁ ଓଲ୍ଡ ନପ୍ପାଲାୟମ୍‌ରେ ରହୁଥିବା ମାଧନ ଓ ତା’ର ସାଙ୍ଗ ସହିତ ଝଗଡା ହୋଇଥିଲା। ରବିଚନ୍ଦ୍ରନ ଏହା ଭାବିନଥିଲେ ଏହି ଝଗଡା ତାଙ୍କର ମୃତ୍ୟୁର କାରଣ ପାଲଟିବ। ପୋଲିସ କହିଛି ଯେ, ଗତ ବୁଧବାର ମାଧନ ମୃତକଙ୍କୁ ମନାଲି ନ୍ୟୁ ଟାଉନ୍‌ର ଏକ  ଖେଳ ପଡିଆ ଭିତରକୁ ମଦ ପିଇବା ପାଇଁ ଡକାଇଥିଲା । ଏହାପରେ କହିଥିଲା- ଆମ ଭିତରେ ଯାହା ବି ମତଭେଦ ରହିଛି, ତାକୁ ପରସ୍ପର ଭିତରେ ସମାଧାନ କରିନେବୁ।

ମୃତକ ମଦ ପାର୍ଟିରେ ସାମିଲ ହେବା ପାଇଁ ଚାଲିଯାଇଥିଲା। ଅନ୍ୟପକ୍ଷେ ଯେତେବେଳେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା ରବିଚନ୍ଦ୍ରନଙ୍କ ପତ୍ନୀ କୀର୍ତ୍ତନା ଚିନ୍ତିତ ହୋଇଥିଲେ। ସେ ନିଜର ସ୍ବାମୀଙ୍କ ମୋବାଇଲ ଫୋନ୍‌ରେ କଲ୍‌ କରିଥିଲେ, କିନ୍ତୁ ଫୋନ୍‌ ସ୍ବିଚ୍ ଅଫ୍‌ ଥିଲା। ଏହାପରେ ସେ ନିଜର ସମ୍ପର୍କୀୟଙ୍କ ସହିତ ରବିଚନ୍ଦ୍ରନଙ୍କ ସନ୍ଧାନରେ ବାହାରି ପଡିଥିଲେ। ରବିଚନ୍ଦ୍ରନଙ୍କୁ ଖୋଜି ଖୋଜି ସମସ୍ତେ ଭେତ୍ରୀ ନଗର ସ୍ଥିନ ଏମଆରଏଫ୍‌ ଖେଳ ପଡିଆରେ ପହଁଞ୍ଚି ଯାଇଥିଲେ। ସେଠାରେ ରବିଚନ୍ଦ୍ରନ ଏକ କୋଣରେ ପଡି ରହିଥିଲେ। ମାଧନ ଓ ତାଙ୍କର  ତିନି ଅନ୍ୟ ସାଥୀ ତାଙ୍କର ଶରୀରକୁ ଦାବୁଥିଲେ। ଚାରିଜଣ କୀର୍ତ୍ତନା ଓ ତାଙ୍କ ସମ୍ପର୍କୀୟଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରବିଚନ୍ଦ୍ରନଙ୍କୁ ବୋତଲରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ପୋଲିସ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ପଠାଇଛି। ପୋଲିସର କହିବା ଅନୁସାରେ, ସେଲଫି ଦ୍ବାରା ହତ୍ୟାକାରୀଙ୍କ ଚିହ୍ନଟ କରିବାରେ ସାହାଯ୍ୟ ମିଳି ଯାଇଛି। ପୋଲିସ ଚାରି ଜଣଙ୍କୁ ଗିରଫ କରିବା କରିଥିବା ନେଇ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking