ଚଣ୍ଡିଗଡ: ହରିଆଣା ବିଧାନସଭାରେ ଆଜି ବଜେଟ୍ ଅଧିବେଶନ ଜାରି ରହିଛି । ମନୋହରଲାଲ ଖଟ୍ଟର ନିଜ ଦ୍ୱିତୀୟ ମୁଖ୍ୟମନ୍ତ୍ରୀତ୍ୱ କାର୍ଯ୍ୟକାଳର ଅନ୍ତିମ ବଜେଟ୍ ଗୃହରେ ଉପସ୍ଥାପନ କରିଛନ୍ତି । ତେବେ ଆଜି ଦିନରେ ମୁଖ୍ୟମନ୍ତ୍ରୀ ଖଟ୍ଟର ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେ ରାଜ୍ୟର ପ୍ରାୟ ୫ଲକ୍ଷରୁ ଅଧିକ ସଂଖ୍ୟକ କୃଷକଙ୍କ କୃଷି ଋଣ ଉପରେ ସୁଧହାର ଏବଂ ମାସିକ କିସ୍ତି ଅନାଦେୟ ଉପରେ ଲାଗୁ କରାଯାଇଥିବା ଜୋରିମାନାକୁ ଛାଡ କରାଯିବା ନେଇ ଘୋଷଣା କରିଛନ୍ତି । ୩୦ ସେପ୍ଟେମ୍ବର ୨୦୨୩ରୁ ୩୧ ମେ ୨୦୨୪ ମଧ୍ୟରେ ଋଣଗ୍ରହୀତା ଚାଷୀଙ୍କୁ ଏହି ଯୋଜନାର ଲାଭ ମିଳିବ । ସେମାନଙ୍କୁ ଋଣ ଉପରେ ସୁଧ ଏବଂ ଜୋରିମାନାରୁ ମୁକ୍ତ କରାଯିବ ।