26.1 C
Bhubaneswar
Wednesday, January 15, 2025
Homeଖେଳହରମନପ୍ରୀତ୍ କୌର୍‌ଙ୍କ ବିଶ୍ୱ ରେକର୍ଡ

ହରମନପ୍ରୀତ୍ କୌର୍‌ଙ୍କ ବିଶ୍ୱ ରେକର୍ଡ

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମହିଳା ଟିମ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଆରମ୍ଭ ହୋଇଛି । ବୁଧବାର ସିରିଜ୍‌ର ପ୍ରଥମ ମ୍ୟାଚ୍ ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବେଳେ ଇଂଲଣ୍ଡ ବିଜୟୀ ହୋଇଛି । ଏହା ସତ୍ତ୍ୱେ ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍ କୌର୍ ଏହି ମ୍ୟାଚ୍‌ରେ ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ଅଧିନାୟିକା ଭାବେ ଏହା ତାଙ୍କର ୧୦୧ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଏହା ସହିତ ମହିଳା କ୍ରିକେଟ୍‌ରେ ସବୁଠୁ ଅଧିକ ଟି-୨୦ ମ୍ୟାଚ୍‌ରେ ନେତୃତ୍ୱ ନେବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି ।

ଏହି କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । ଲାନିଙ୍ଗ୍ ୧୦୦ ମ୍ୟାଚ୍‌ରେ ନେତୃତ୍ୱ ନେଇଥିବା ବେଳେ ଇଂଲଣ୍ଡର ଚାର୍ଲୋଟ୍ ଏଡ୍‌ୱାର୍ଡ୍ସ ୯୩ ଟି-୨୦ ମ୍ୟାଚ୍‌ରେ ନେତୃତ୍ୱ ନେଇ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତ ପାଇଁ ୨୦୦୯ରେ ଟି-୨୦ କ୍ୟାରିୟର୍ ଆରମ୍ଭ କରିଥିବା ହରମନ୍‌ପ୍ରୀତ୍ ମୋଟ ୧୫୫ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୨୮.୧୬ ଆଭିରେଜ୍‌ରେ ୩୧୫୪ ରନ୍ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ।

ଏହା ବ୍ୟତୀତ ସେ ୩୨ ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି । ସୂଚନାଯୋଗ୍ୟ, ପୁରୁଷ କ୍ରିକେଟ୍‌ରେ କୌଣସି ଅଧିନାୟକ ଏତେ ସଂଖ୍ୟକ ଟି-୨୦ ମ୍ୟାଚ୍‌ରେ ନେତୃତ୍ୱ ନେଇନାହାନ୍ତି । ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ ଏକମାତ୍ର ଅଧିନାୟକ ଭାବେ ସର୍ବାଧିକ ୭୬ ମ୍ୟାଚ୍‌ରେ ନେତୃତ୍ୱ ନେଇଛନ୍ତି । ଏହାପରେ ୭୨ ମ୍ୟାଚ୍ ସହିତ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍‌ଏସ୍ ଧୋନି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking