27.1 C
Bhubaneswar
Saturday, July 27, 2024
Homeଖେଳପାକିସ୍ତାନ ଟିମ୍ ସମ୍ପର୍କରେ ଜାତିଆଣ ଶବ୍ଦ ବ୍ୟବହାର; କ୍ଷମା ମାଗିଲା କ୍ରିକେଟ୍ ଅଷ୍ଟ୍ରେଲିଆ

ପାକିସ୍ତାନ ଟିମ୍ ସମ୍ପର୍କରେ ଜାତିଆଣ ଶବ୍ଦ ବ୍ୟବହାର; କ୍ଷମା ମାଗିଲା କ୍ରିକେଟ୍ ଅଷ୍ଟ୍ରେଲିଆ

କାନ୍‌ବେରା: ପାକିସ୍ତାନ କ୍ରିକେଟ୍ ଟିମ୍‌ର ଅଷ୍ଟ୍ରେଲିଆ ଗସ୍ତ ଏବେ ଏକ ନୂଆ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି । ଏଠାରେ ପାକିସ୍ତାନ ପାଇଁ ‘ପାକି’ ଶବ୍ଦର ବ୍ୟବହାରକୁ ନେଇ ବିବାଦ ସୃଷ୍ଟି ହୋଇଛି । ପାକିସ୍ତାନ କ୍ରିକେଟ୍ ଫ୍ୟାନ୍‌ଙ୍କ ଠାରୁ ଆରମ୍ଭ କରି କ୍ରିକେଟ୍ ବିଶେଷଜ୍ଞ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି । ବିବାଦ ବଢ଼ିବା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଘଟଣାରେ କ୍ଷମା ପ୍ରାର୍ଥନା କରିଛି । ପାକିସ୍ତାନ ଟିମ୍ ଏବେ କାନ୍‌ବେରାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଛି ।

ଏହି ଅବସରରେ ପ୍ରଥମ ଦିନ ଅର୍ଥାତ୍ ବୁଧବାର ପାକିସ୍ତାନର ପ୍ରଥମ ଇନିଂସ୍ ବେଳେ ଫକ୍ସ କ୍ରିକେଟ୍ ବ୍ରଡ୍‌କାଷ୍ଟର୍ ଦ୍ୱାରା ଏକ ତ୍ରୁଟି ହୋଇଥିଲା । ଟିଭି ଫୁଟେଜ୍‌ରେ ପାକ୍ ସ୍ଥାନରେ ‘ପାକି’ ଲେଖା ଯାଇଥିଲା । ଡାନି ସୟଦ୍ ନାମକ ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ତ୍ରୁଟି ଧରିବା ସହିତ ଏହାର ଫଟୋ ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ପୋଷ୍ଟ୍ କରିଥିଲେ । ଏହାପରେ ବ୍ରଡ୍‌କାଷ୍ଟର୍ ଏହି ତ୍ରୁଟି ସଂଶୋଧନ କରିିବା ସହିତ କ୍ରିକେଟ୍ ଅଷ୍ଟ୍ରେଲିଆ ଏକ ବୟାନ୍ ଜାରିକରି କ୍ଷମାପ୍ରାର୍ଥନା କରିଥିଲା । ‘ପାକି’ ଏକ ଜାତିଆ ଶବ୍ଦ ହୋଇଥିବା ବେଳେ ଏହା ପାକିସ୍ତାନରେ ଜନ୍ମିତ କିମ୍ବା ସେଠାକାର ମୂଳ ନିବାସୀଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking