ମୁମ୍ବାଇ ; ଆଙ୍କର ତଥା ଅଭିନେତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଏନଆରଆଇ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ଏନଏମ ସ୍ଥିତ ପୋଲିସ ଷ୍ଟେସନରେ ଅଭିନେତ୍ରୀ ଜଣକ ମାମଲା ରୁଜୁ କରିବା ପରେ ଏନେଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇଛି। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ବ୍ୟବସାୟୀଙ୍କୁ ଗିରଫ କରିଥିଲା।
ଗତ ସପ୍ତାହରେ ପୋଲିସ ଏହି ମାମଲା ରୁଜୁ କରିଥିଲା। ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଅଭିନେତ୍ରୀ ମୁମ୍ବାଇରେ ଆଙ୍କରିଂ ସହିତ ଚଳଚ୍ଚିତ୍ର ଏବଂ ସିରିଏଲ ରେ ଅଭିନୟ କରନ୍ତି । ଅଭିନେତ୍ରୀ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତ ପ୍ରଥମେ ବିବାହର ପ୍ରତିଶୃତି ଦେଇଥିଲା। ଏହା ପରେ ସେ ତାଙ୍କୁ ଅନେକ ଥର ଶାରୀରିକ ନିର୍ଯାତନା ଦେଉଥିଲେ ।
ପୀଡିତା ଅଭିନେତ୍ରୀ ପୋଲିସକୁ ଦେଇଥିବା ସୂଚନାରେ କହିଛନ୍ତି ଯେ, ସେ ବନ୍ଧୁଙ୍କ ଜନ୍ମଦିନ ଭୋଜି ରେ ବିରେନ ପଟେଲ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ଗତ ବର୍ଷ ଅକ୍ଟୋବରରେ, ଦୁହେଁ ବନ୍ଧୁ ହେଲେ ଓ ଦୁହେଁ ବହୁତ ସମୟ ବିତାଇବା ଆରମ୍ଭ କଲେ । ବିରେନ ପଟେଲ ତାଞ୍ଜାନିଆର ଜଣେ NRI ବ୍ୟବସାୟୀ । ଚଳିତ ବର୍ଷ ଫେବୃଆରୀରେ ବିରେନ ପଟେଲ ଅଭିନେତ୍ରୀଙ୍କୁ ତାଙ୍କ ଘରକୁ ଡାକି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଅଭିନେତ୍ରୀ ବିବାହ ପ୍ରସ୍ତାବ ଗ୍ରହଣ କରି ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ। ଅଭିନେତ୍ରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ମାର୍ଚ୍ଚ ୮ ରେ ବିରେନ ପଟେଲ ମଦ୍ୟପାନ କରି ଘରକୁ ଆସିଥିଲେ ଏବଂ ଦୁହେଁ ରାତ୍ରୀ ଭୋଜନ କରିଥିଲେ। ଏହା ପରେ ଦୁହେଁ ନିଜ ନିଜ କୋଠରୀକୁ ଗଲେ । ଟିକିଏ ପରେ ସେହି ଦିନ ରାତିରେ ବିରେନ ପଟେଲ ଅଭିନେତ୍ରୀଙ୍କ କୋଠରୀକୁ ଆସି କାନ୍ଦିବାକୁ ଲାଗିଲେ ଏବଂ ଏକୁଟିଆ ଶୋଇବାକୁ ଡର ଲାଗୁଛି ବୋଲି କହିଲେ ।
ଅଭିନେତ୍ରୀ ବିରେନଙ୍କୁ ତାଙ୍କ କୋଠରୀରେ ଶୋଇବାକୁ ମଧ୍ୟ ଅନୁମତି ଦେଇଥିଲେ । ଏହା ପରେ ସେ ହଠାତ୍ ରାତିରେ ମୋ ସହ ଦୁଷ୍କର୍ମ କରିଥିଲେ । ଏହା ପରେ ସକାଳେ ବିରେନ ଅଭିନେତ୍ରୀଙ୍କୁ ତାଙ୍କ ମା ଏବଂ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରି ବିବାହର ପ୍ରତିଶୃତି ଦେଇଥିଲେ। ଡିସେମ୍ବରରେ ବିରେନ ବିବାହ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହା ପରେ ବିରେନ ପଟେଲ ଅଭିନେତ୍ରୀଙ୍କୁ ଆଲିବାଗରେ ଥିବା ତାଙ୍କ ବନ୍ଧୁଙ୍କ ଫାର୍ମହାଉସ କୁ ନେଇ ସେଠାରେ ପୁନଶ୍ଚ ଦୁଷ୍କର୍ମ କରିଥିଲେ।