ଯାଜପୁର: ଯାଜପୁର ସ୍ଥିତ ବିରିପଟା ଜଗନ୍ନାଥ ମନ୍ଦିର ପରିସରରେ ଚନ୍ଦନ ଶ୍ରୀକ୍ଷେତ୍ର କମିଟି ପକ୍ଷରୁ ଗୀତ ଗୋବିନ୍ଦ ପାର୍ଟ୩ ଭଜନର ଶୁଭ ଉନ୍ମୋଚନ ହୋଇଯାଇଛି। ଉକ୍ତ ଉଛବ ରେ ଚନ୍ଦନ ଶ୍ରୀକ୍ଷେତ୍ର କମିଟିର ସଭାପତି ତଥା ପ୍ରାକ୍ତନ ଜୁନଭଦ୍ରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ଉଦ୍ଘାଟକ ଭାବେ ଜୁନଭଦ୍ରା ମହାବିଦ୍ୟାଳୟର ଅଧ୍ୟାପକ ଦାମୋଦର ବେହେରା ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଅଭିନେତା ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ଵାଇଁ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ଉଦ୍ୟସ ରେ ହୋଇଥିବା ଭଜନ ଗୀତ ଗୋବିନ୍ଦ ପାର୍ଟ ୩ କୁ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ସୁବାଷ ଦାସ, ଶୈଳଭାମା ମହାପାତ୍ର, ଗୀତା ଦାସ ତପୁ ମିଶ୍ର ଗାଇଥିବା ବେଳେ ସୋମାୟା ପତି, ଶର୍ମିଷ୍ଠା ରାଣୀ ପଣ୍ଡା ଓଡିଶୀ ନୃତ୍ୟ ସାରା ରାଜ୍ୟ ତଥା ଦେଶ ବିଦେଶରେ ସୁନାମ ଆଣିଦେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ମନ୍ଦିର ର ମୁଖ୍ୟ ପ୍ରତିଷ୍ଠାତା ଡ଼ଃ ସସଧର ମେଦିନି ସିଂ ମହାପାତ୍ର ସୁଦୁର ଆମେରିକାରେ ରହି ଜଗନ୍ନାଥଙ୍କ ପ୍ରତି ତାଙ୍କର ଏଭଳି ମହନୀୟ କାର୍ଯ୍ୟକୁ ଭୁଇଁଅସି ପ୍ରଶଂସା କରିଥିଲେ। ଏହି ଜୟଦେବ ଗୀତ ଗୋବିନ୍ଦ ର ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡା ନିର୍ଦେଶୀତ ଭଜନ କୁ ଲୋକାର୍ପିତ କରାଇଥିଲେ।ଅନ୍ୟତମ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ, ରିଜିଓନାଲ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ କୈଳାଶ ଚନ୍ଦ୍ର ବେହେରା, ଚନ୍ଦନ ଶ୍ରୀକ୍ଷେତ୍ର କମିଟି ର ସମ୍ପାଦକ ଘନଶ୍ୟାମ ରାୟ, ସମାଜ ସେବୀ ମାନସୀ ପରିଡା, ସାମ୍ବାଦିକ ସନ୍ତୋଷ କୁମାର ମିଶ୍ର, ଶିଶୁ କଣ୍ଠଶିଳ୍ପୀ ମାଷ୍ଟର ଦେବେଶ୍ୱର ପ୍ରମୁଖ ଉପସ୍ଥିତ ରହି ଜୟଦେବ ଗୀତ ଗୋବିନ୍ଦ ଭଜନ ର ଲୋକାର୍ପିତ ଉଛବ ରେ ଯୋଗ ଦେଇଥିଲେ।ଶେଷ ରେ ଚନ୍ଦନ ଶ୍ରୀକ୍ଷେତ୍ର କମିଟି ର ସଭାପତି ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।