40.1 C
Bhubaneswar
Thursday, April 25, 2024
Homeଓଡିଶା୧୪ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲ ଓ ବାଲେଶ୍ୱରରେ ଆଗରେ ବିଜେଡି

୧୪ ରାଉଣ୍ଡ ଶେଷ ସୁଦ୍ଧା ତିର୍ତ୍ତୋଲ ଓ ବାଲେଶ୍ୱରରେ ଆଗରେ ବିଜେଡି

ଭୁବନେଶ୍ୱର: ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦,୯୪୬ ଭୋଟରେ ଆଗରେ ରହିଛି । ସେହିଭଳି ବାଲେଶ୍ୱର ବିଧାନସଭାରେ ବି କଂଗ୍ରେସ ଓ ବିଜେପିକୁ ପଛରେ ପକାଇ ଆଗକୁ ମାଡିଚାଲିଛି ବିଜେଡି । ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୪୭୬ ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି । ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍ ୪୬୯୩୧ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୨୫୯୮୫ଟି ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୨୧୪୫ଟି ଭୋଟ୍ ପାଇଛନ୍ତି । ୧୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୧୯୨୬୪ ଭୋଟରେ ତିର୍ତ୍ତୋଲ ବିଧାନସଭା ଆସନରେ ଆଗୁଆ ରହିଥିଲେ । ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କରଙ୍କୁ ମୋଟ୍ ୪୩୯୫୪ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୪୬୯୦ଟି ଭୋଟ୍ ମିଳିବା ସହିତ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ନାଁ ରେ ୧୦୭୬୬ଟି ଭୋଟ୍ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking