27.1 C
Bhubaneswar
Thursday, April 30, 2026
Homeଓଡିଶାହସ୍ତତନ୍ତ୍ର ଦିବସ ପାଳିତ

ହସ୍ତତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚୟ ଫାଉଣ୍ଡେସନ ପକ୍ଷରୁ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପରିଚୟ ଫାଉଣ୍ଡେସନ ଭୁବନେଶ୍ୱର ଓ ବିଶ୍ୱ ମହିଳା ସ୍ୱାଭିମାନ ଓଡ଼ିଆ ସଂଗଠନର ମିଳିତ ସହଯୋଗରେ ପଟିଆ ସ୍ଥିତ ଶିଖର ଚଣ୍ଡୀ ଛକ ଠାରୁ ଇମ୍ଫୋସିଟି ଛକ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏଥିରେ ପ୍ରାୟ ପାଞ୍ଚ ସହରୁ ଉର୍ଦ୍ଧ ମହିଳା ଯୋଗଦେଇ ପାରମ୍ପାରିକ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରିବା ପାଇଁ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚିତ୍ର ନାୟିକା ଭୂମିକା ଦାସ, ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ସଭାପତି ରୋଜାଲିନ ପାଟ୍ଟଶାଣୀ ମିଶ୍ର, ବିଶ୍ୱ ମହିଳା ସ୍ୱାଭିମାନ ଓଡ଼ିଆ ସଂଗଠନର ସଂଗଠକ ପ୍ରମୋଦିନୀ ବେହେରା ଯୋଗଦାନ କରି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାଣିଆ ବନ୍ଧର ପାରମ୍ପରିକ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ନିମନ୍ତେ ୬୦ ହଜାର ଟଙ୍କା ଅର୍ଥ ରାଶି ପରିଚୟ ଫାଉଣ୍ଡେସନର କାର୍ଯ୍ୟକାରୀ ସଦସ୍ୟା ସାଲିନ୍ ମହାନ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking