ଭୁବନେଶ୍ୱର : ହିରୋଇନ ସ୍ଵପ୍ନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି। ଯେଉଁଠାରେ ଦୁଷ୍କର୍ମ ହୋଇଥିଲା ପୋଲିସ ସେଠାରେ ପହଞ୍ଚିଛି। ତିନୋଟି ଥାନାର ଟିମ ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ ଆସିଛି। ଦୁଷ୍କର୍ମ ପୂର୍ବରୁ ସେଠାରେ ମଦର ଆସର ଜମିଥିବା କଥା କୁହାଯାଉଛି। ରୁମରେ ଏକ ଗଦି ପଡିଥିବାର ଦେଖିବାକୁ ମିଳିଛି। ତେବେ ଏଥିରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିବା ସୁରଜ ସାମଲ ଓ ବିଷ୍ଣୁ ନାମକ ଜୁନିୟର ଆର୍ଟିଷ୍ଟ ଫେରାର ଅଛନ୍ତି। ଅଭିଯୋଗ ଅନୁସାରେ ସୋନାଲି-ସୌମ୍ୟଙ୍କୁ ନେଇ ଏକ ଫିଲ୍ମ ତିଆରି ହେବାର ଥିଲା, ଏବଂ ସେଥିରେ ନାବାଳିକାଙ୍କୁ ହିରୋଇନା କରିବା ନେଇ ଲୋଭନୀୟ ଅଫର ଦିଆଯାଇଥିଲା। ପରେ ତାକୁ ବରମୁଣ୍ଡାରୁ ଭରତପୁର ଅଣାଯାଇଥିଲା। ଆଉ ଦୁଷ୍କର୍ମ କରାଯାଇଥିଲା।
ଗତ ୩ ତାରିଖ ବିଳମ୍ବିତ ରାତିରେ ଭରତପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଶୁକ୍ରବାର ଭରତପୁରରେ ଥାନାରେ ନାବାଳିକାଙ୍କ ପରିବାର ଅଭିଯୋଗ ହୋଇଛି । ନାବାଳିକାଙ୍କ ବୟାନକୁ ରେକର୍ଡ କରିଛି ପୋଲିସ। ସେପଟେ ଅଭିଯୋଗ ପରେ ଆଜି ନାବାଳିକାର ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଯାଇଛି।