35.1 C
Bhubaneswar
Tuesday, April 23, 2024
Homeଟ୍ୱିନ ସିଟିଢିଙ୍କିଆରେ ଜନଶୁଣାଣି ଶିବିରରେ ଉତ୍ତେଜନା.....

ଢିଙ୍କିଆରେ ଜନଶୁଣାଣି ଶିବିରରେ ଉତ୍ତେଜନା…..

ଜଗତସିଂହପୁର:  ଢିଙ୍କିଆରେ ଜନଶୁଣାଣି ଶିବିରରେ ଉତ୍ତେଜନା । ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀମାନଙ୍କୁ ନିଜ ମତ ରଖିବାର ସୁଯୋଗ ଦିଆଯାଉନାହିଁ । ଏହାବ୍ୟତୀତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜନଶୁଣାଣି  ଶିବିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ଯାହାକୁ ନେଇ କିଛି ଗ୍ରାମବାସୀମାନେ ଜନଶୁଣାଣି ଶିବିର ସମ୍ମୁଖରେ ହୋହାଲ୍ଲା କରିଥିଲେ କ୍ଷ କେବଳ ଜିନ୍ଦଲ କମ୍ପାନୀର ସପକ୍ଷବାଦୀମାନଙ୍କୁ କହିବାକୁ ଦିଆଯିବା ସହିତ ବିରୋଧୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନଥିବା ନେଇ କିଛି ଗ୍ରାମବାସୀ କହିଛନ୍ତି  କ୍ଷ ଜିଲ୍ଲାପ୍ରଶାସନ ପକ୍ଷରୁ ଜେଏସଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ତୃତୀୟ ଥର ପାଇଁ ଆଜି ଢ଼ିଙ୍କିଆ ପଞ୍ଚାୟତରେ ଜନଶୁଣାଣୀ ଅନୁଷ୍ଠିତ ହେଉଛି କ୍ଷହାଇକୋର୍ଟର ଚାରି ଜଣିଆ ଟିମଙ୍କ ସହିତ ଜଗତସିଂହପୁର  ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଜନଶୁଣାଣି କ୍ଷ ଢ଼ିଙ୍କିଆ ପଞ୍ଚାୟତ କାର‌୍ୟ୍ୟାଳୟରେ ଚାଲିଥିବା ଏହି ଜନଶୁଣାଣି ଶିବିରରେ ଢ଼ିଙ୍କିଆ, ମାହାଳ, ପାଟଣା, ଗୋବିନ୍ଦପୁର ଓ ତ୍ରିଲୋଚନପୁର ଗ୍ରାମବାସୀ ଯୋଗ ଦେଇ ନିଜ ନିଜର ମତ ଉପସ୍ଥାପନ କରୁଛନ୍ତି ବିଗତ ଦିନର ଘଟଣାବଳୀକୁ ନେଇ କିଛି ଅଘଟଣ ଆଶଙ୍କା କରି ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯିବା ସହିତ ପୂର୍ବରୁ ଗ୍ରାମବାସୀମାନେ ନିଜର ଆଧାରକାର୍ଡ଼ ଦେଖାଇ ଭିତରକୁ ପ୍ରବେଶ କରୁଛନ୍ତି କ୍ଷ ପୋଲିସ କଡାକଡି ଯାଞ୍ଚ କରି ଭିତରକୁ ଛାଡୁଥିବାବେଳେ  ବିରୋଧୀମାନଙ୍କୁ କଡା ନଜର ରଖାଯାଉଥିବା ନେଇ ଅଭିଯୋଗ ହେଉଛି । ଏଥିସହିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜନଶୁଣାଣୀ ଶିବିରକୁ ପ୍ରଶାସନ ତରଫରୁ ବାରଣ କରାଯାଇଛି କ୍ଷ ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି କ୍ଷ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking