25.1 C
Bhubaneswar
Saturday, January 4, 2025
Homeଲାଇଫ୍ ଷ୍ଟାଇଲ୍ଏହିପରି ନିଅନ୍ତୁ କେଶ ଯତ୍ନ

ଏହିପରି ନିଅନ୍ତୁ କେଶ ଯତ୍ନ

ଭୁବନେଶ୍ୱର: ଆଜି ଯେଉଁ ତେଲ ବିଷୟରେ କହିବୁ ଏହା ଆପଣଙ୍କ କେଶ ଝଡ଼ିବା ଓ ଛିଡିବା ବନ୍ଦ କରିବା ସହ ସହ କେଶକୁ ବହୁତ ଶୀଘ୍ର ବଢାଇବ  । ବନ୍ଧୁଗଣ କେଶରେ ତେଲର ମାଲିସ ଏକ ଏମିତି ଜିନିଷ ଅଟେ ଯାହାଦ୍ୱାରା କେଶକୁ ପୋଷଣ ମିଳିଥାଏ ଏବଂ କେଶ ଲମ୍ବା ହୋଇଥାଏ । କିନ୍ତୁ ଆଜିର ସମୟରେ କିଛି ଲୋକ ନା କେଶରେ ତେଲ ଲଗାଉଛନ୍ତି ବା ଯଦି କେଶରେ ତେଲ ଲଗାଉ ବି ଅଛନ୍ତି ସେମାନେ ମାର୍କେଟରୁ ଏମିତି ତେଲ ଆଣୁଛନ୍ତି ଯାହା ପ୍ରଥମେ ତ ଆପଣଙ୍କୁ ଫାଇଦା ଦେଇଥାଏ । କିନ୍ତୁ ଅଳ୍ପ ସମୟ ପରେ ତାହା ଆମ କେଶକୁ କ୍ଷତି ପହଞ୍ଚାଇଥାଏ ।

କେଶ କେବେ ଝଡ଼ିବାକୁ ଲାଗିଥାଏ ତ କେତେବେଳେ ବଢ଼ିନଥାଏ ।  କାରଣ  ଆଜିର ସମୟରେ ବହୁତ ଲୋକ କେଶ ଝଡ଼ିବା ଓ ଛିଡିବା ନେଇ ଚିନ୍ତିତ ଅଛନ୍ତି । ଆଜି ଯେଉଁ ତେଲ ବିଷୟରେ କହିବୁ ଏହା ଆପଣଙ୍କ କେଶକୁ ବଢାଇବ । ଏହାସହ  ଝଡ଼ିବା ଓ ଛିଡିବା ବନ୍ଦ କରିବ । ତେବେ ଆସନ୍ତୁ ଜାଣିବା କେମିତି ଆପଣ ଏହି ତେଲକୁ ବନାଇ ପାରିବେ ।

ଏହି ତେଲକୁ ବନେଇବା ପାଇଁ ସର୍ବପ୍ରଥମେ ଯେଉଁ ଜିନିଷର ଆବଶ୍ୟକ ତାହା ଅଟେ କଞ୍ଚା ରସୁଣ । ଝଡୁଥିବା କେଶକୁ ବନ୍ଦ କରିବା ପାଇଁ କଞ୍ଚା ରସୁଣ ବହୁତ ଲାଭଦାୟକ ଅଟେ । କାରଣ ଏଥିରୁ ମିଳୁଥିବ ଭିଟାମିନ ଓ ମିନେରାଲ ଆମର କେଶ ଝଡ଼ିବାକୁ ବନ୍ଦ କରିବା ସହ ଖରାରୁ ହେଉଥିବା କ୍ଷତିରୁ ଆମ କେଶକୁ ବଞ୍ଚାଇଥାଏ । ଯାହାଦ୍ୱାରା ଆମ କେଶ ଧଳାବି ପଡେନି । ଯାହାଦ୍ୱାରା ଆମ କେଶ କଳା ଓ ସାଇନି ଦେଖା ହୋଇଥାଏ । ଆପଣ ରସୁଣର ୬ ରୁ ୭ ଟି ପାଖୁଡା ନିଅନ୍ତୁ । ଏହାର ଉପର ଚୋପା କାଢ଼ିଦିଅନ୍ତୁ ।

ତାପରେ ଏହାକୁ ଛୋଟ ଛୋଟ କାଟି କୌଣସିବି କାଚ ବୋତଲରେ ରଖନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ସୋରିଷ ତେଲ । ମାର୍କେଟରେ ବନ୍ଧୁଗଣ ବହୁ ପ୍ରକାର ତେଲ ଆସିବ କାରଣରୁ ଆମେ ସୋରିଷ ତେଲର ମୂଲ୍ୟ ଭୁଲିଗଲେଣି । ସୋରିଷ ତେଲ ଏକ ଏମିତି ତେଲ ଅଟେ ଯାହା ପ୍ରଥମରୁ ଆମ ବିଗତ ପିଢ଼ି ବ୍ୟବହାର କରିଆସିଛି । ସୋରିଷ ତେଲ ୧୦ ରୁ ୧୨ ଚାମଚ ଆପଣ ସେହି କାଚ ବୋତଲରେ ମିଶାନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ନଡ଼ିଆ ତେଲ । ନଡ଼ିଆ ତେଲ ଆପଣ କିଛିବି ନେଇ ପାରିବେ । ସବୁ ପାଖାପାଖି ସେମହିଁ ଅଟନ୍ତି । ଆପଣଙ୍କୁ ଏହି ନଡ଼ିଆ ତେଲ ୪ ରୁ ୫ ଚାମଚ ଏହା ସହ ମିଶାନ୍ତୁ ।

ଏକ ଘଣ୍ଟା ପର୍ଯ୍ୟନ୍ତ ଏମିତି ଏହି ତେଲେକୁ କେଶରେ ଲଗାଇ ରଖନ୍ତୁ । ଏହାପରେ ଆପଣ ଚାହିଁଲେ ଗାଧୋଇ ପାରିବେ ଓ ସେମ୍ପୁ ସାହାଯ୍ୟରେ ଅପଣଙ୍କ କେଶ ଧୋଇପାରିବେ । ସପ୍ତାହରେ ଆପଣଙ୍କୁ ଏହାକୁ ୩ ଥର ବ୍ୟବହାର କରିବାକୁ ହେବ । ୨ ସପ୍ତାହ ବ୍ୟବହାର ପରେ ଆପଣ ଦେଖିବେ ଆପଣଙ୍କ କେଶ ଆଗ ଅପେକ୍ଷା ଘନ ଓ ଲମ୍ବା ଦେଖାଯିବ । ଆପଣଙ୍କ କେଶ ଝଡ଼ିବାବି ବନ୍ଦ ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking