29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା; ୩୨ ମୃତ

ଇଜିପ୍ଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା; ୩୨ ମୃତ

ନୂଆଦିଲ୍ଲୀ: ମିଶରରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ସେଠାରେ ଦୁଇଟି ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ପ୍ରାୟ ୩୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାଛଡା ଅନେକ ଏହି ଦୁର୍ଘଟଣାରେ ଆହତ ମଧ୍ୟ ହୋଇଛନ୍ତି । ମିଶରର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମିଶରର ସୋହାଗ ସହରର ଉତ୍ତରେ ଶୁକ୍ରବାର ଦୁଇ ଟ୍ରେନ ଧକ୍କା ହେବା ଫଳରେ ପ୍ରାୟ ୩୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୬ ଜଣ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ଘଟଣାସ୍ଥଳକୁ ୩୬ ଆମ୍ବୁଲାନ୍ସ ପଠାଇବା ସହ ଆହତକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ।
ଘଟଣାସ୍ଥଳରେ ବର୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗଣମାଧ୍ୟମ ସୂଚନା ଅନୁସାରେ, ମିଶ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇଛନ୍ତି । କୁହାଯାଉଛି ଯେ, ଆହତଙ୍କ ମଧ୍ୟରେ ଅନେକ ଲୋକଙ୍କ ସ୍ୱାସ୍ଥୟବସ୍ଥା ଗୁରୁତର ରହିଛି । ସୂଚନାଯୋଗ୍ୟ, ସେଠାରେ ପ୍ରତିଦିନ ୧.୪ ମିଲିୟନରୁ ଅଧିକ ଯାତ୍ରୀ ପ୍ରତିଦିନ ରେଳ ଯାତ୍ରା କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking