28.1 C
Bhubaneswar
Sunday, September 8, 2024
Homeଖେଳହବିବୁଲ୍ ବଶର୍ ବାଂଲା ମହିଳା ଟିମ୍ ମୁଖ୍ୟ କୋଚ୍

ହବିବୁଲ୍ ବଶର୍ ବାଂଲା ମହିଳା ଟିମ୍ ମୁଖ୍ୟ କୋଚ୍

ଢାକା : ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ନିଜ ମହିଳା କ୍ରିକେଟ୍ ଟିମ୍‌ରେ ସୁଧାର ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ବୋର୍ଡ ବାଂଲାଦେଶ ଜାତୀୟ କ୍ରିକେଟ୍ ଟିମ୍ ପୂର୍ବତନ କ୍ୟାପ୍‌ଟେନ୍ ତଥା ମହାନ୍ ଖେଳାଳି ହବିବୁଲ୍ ବଶିର୍‌ଙ୍କୁ ମହିଳା କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରିଛି । ଏହା ପୂର୍ବରୁ ହବିବୁଲ୍ ବଶର୍ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ଚୟନ ପ୍ୟାନେଲ୍‌ର ସଦସ୍ୟ ଥିଲେ । ଏହାକୁ ଏବେ ଭଙ୍ଗ କରାଯାଇଛି । ମଙ୍ଗଳବାର ଶେର୍‌-ଏ-ବାଂଲା ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ମହିଳା ୱିଙ୍ଗ୍ ଅଧ୍ୟକ୍ଷ ନାଦେଲ୍ ଚୌଧୁରୀଙ୍କ ସହ ଆଲୋଚନା ପରେ ହବିବୁଲ୍ ବଶର୍ ଏହି ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ନିଜ ମଞ୍ଜୁରୀ ପ୍ରଦାନ କରିଛନ୍ତି । ନୂତନ ପଦଭାର ସମ୍ଭାଳିବା ପରେ ବଶର୍ ଏକ ବୟାନରେ ଏହି ଦାୟିତ୍ୱକୁ ନେଇ ନିଜର ଉତ୍ସୁକତା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ନିକଟରେ ମହିଳା ଟିମ୍‌ର ପ୍ରଦର୍ଶନ ଆମ ସମସ୍ତଙ୍କୁ ପ୍ରେରିତ କରିଛି ଏବଂ ଏହାକୁ ଆହୁରି ଆଗେଇ ନେବା ନିମନ୍ତେ ବହୁ ସମ୍ଭାବନା ରହିଛି । ସେ କହିଛନ୍ତି ଯଦି ଆମେ ସ୍କୁଲ୍ ସ୍ତରରେ ବାଳିକାଙ୍କୁ କ୍ରିକେଟ୍ ଖେଳାଇବା ତେବେ ଏହା ଆମ ପାଇଁ ଏକ ବଡ଼ ପଦକ୍ଷେପ ହେବ । ଏହା ସହିତ ଭିନ୍ନ ଭିନ୍ନ ସ୍କୁଲ ଗସ୍ତକରି ମହିଳା କ୍ରିକେଟ୍‌ର ପ୍ରମୋସନ୍ କରିବାକୁ ଉଦ୍ୟମ କରିବେ ବୋଲି ବଶିର୍ କହିଛନ୍ତି । ସୂଚନାଯୋଗ୍ୟ, ବାଂଲାଦେଶ କ୍ରିକେଟ୍ ବୋର୍ଡ ଫ୍ରାଞ୍ଚାଇଜି ଆଧାରିତ ମହିଳା କ୍ରିକେଟ୍ ଲିଗ୍ ଆରମ୍ଭ ଯୋଜନାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking