29.1 C
Bhubaneswar
Saturday, July 27, 2024
Homeଖେଳନୁର୍ ଅହମଦ୍ ଆଇଏଲ୍‌ ଟି-୨୦ରୁ ବର୍ଷେ ବ୍ୟାନ୍

ନୁର୍ ଅହମଦ୍ ଆଇଏଲ୍‌ ଟି-୨୦ରୁ ବର୍ଷେ ବ୍ୟାନ୍

ଦୁବାଇ: ଲିଗ୍ ଚୁକ୍ତି ଉଲ୍ଲଂଘନ ଅଭିଯୋଗରେ ଆଫଗାନିସ୍ତାନ ସ୍ପିନର୍ ନୁର୍ ଅହମଦଙ୍କୁ ଇଣ୍ଟରନାସ୍‌ନାଲ୍ ଲିଗ୍ ଟି-୨୦ (ଆଇଏଲ୍‌ଟି୨୦)ରୁ ୧୨ ମାସ ପାଇଁ ବ୍ୟାନ୍ କରାଯାଇଛି । ୧୯ ବର୍ଷୀୟ ନୁର୍ ଲିଗ୍‌ର ଦ୍ୱିତୀୟ ସିଜନ୍ ପାଇଁ ଶାରଜାହ ୱାରିୟର୍ସର ରିଟେନ୍‌ସନ୍ ନୋଟିସ୍‌ରେ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଏପରିକି ଆଇଏଲ୍‌ଟି୨୦ର ଚଳିତ ସିଜନ୍‌ରେ ମଧ୍ୟ ଭାଗ ନେଇଥିଲେ । ଫଳରେ ଲିଗ୍‌ର ଶୃଙ୍ଖଳାଗତ କମିଟି ତାଙ୍କ ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନେଇଛି ।

ଲିଗ୍‌ର ପ୍ରଥମ ସିଜନ୍ ପାଇଁ ଶାରଜାହ ୱାରିୟର୍ସ ନୁର୍ ଅହମଦଙ୍କ ସହ ଚୁକ୍ତି କରିଥିଲା । ଚୁକ୍ତିକୁ ଆଉ ଏକବର୍ଷ ବୃଦ୍ଧି ପାଇଁ ନୁର୍‌ଙ୍କୁ ଫ୍ରାଞ୍ଚାଇଜି ପ୍ରସ୍ତାବ ଦେଇଥିଲା । କିନ୍ତ ଆଫଗାନ୍ ଖେଳାଳି ସିଜନ୍‌-୨ ପାଇଁ ରିଟେସନ୍ ନୋଟିସ୍‌ରେ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଫଳରେ ଫ୍ରାଞ୍ଚାଇଜି ଲିଗ୍‌ର ଶୃଙ୍ଖଳା କମିଟିରେ ଖେଳାଳିଙ୍କ ବିରୋଧରେ ଅଭିଯୋଗ କରିଥିଲା । ଲିଗ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଡେଭିହ୍ ହ୍ୱାଇଟ୍‌, ସୁରକ୍ଷା ଏବଂ ଭ୍ରଷ୍ଟାଚାରୀ ନିରୋଧୀ ପ୍ରମୁଖ କର୍ଣ୍ଣେଲ୍ ସଦସ୍ୟ ଥିବା ଶୃଙ୍ଖଳା କମିଟି ନୁର୍‌ଙ୍କ ବିରୋଧରେ ୨୦ ମାସ ବ୍ୟାନ୍ ପାଇଁ ସୁପାରିସ୍ କରିଥିଲେ । ତେବେ ଏମିରେଟ୍ସ କ୍ରିକେଟ୍ ବୋର୍ଡ ସଦସ୍ୟ ଜାୟଦ୍ ଅଽାସ ଉଭୟ ପକ୍ଷଙ୍କୁ ଶୁଣିବା ପରେ ନୁର୍‌ଙ୍କ ବିରୋଧରେ ଅନ୍ତିମ ନିଷ୍ପତ୍ତିକ୍ରମେ ୧୨ ମାସର ପ୍ରତିବନ୍ଧକ ଲାଗୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking