38.1 C
Bhubaneswar
Friday, April 26, 2024
Homeଓଡିଶାଆତ୍ମହତ୍ୟା କଲେ ବିବାହିତା ନାବାଳିକା, ସ୍ୱାମୀ ଅଟକ

ଆତ୍ମହତ୍ୟା କଲେ ବିବାହିତା ନାବାଳିକା, ସ୍ୱାମୀ ଅଟକ

ଗଞ୍ଜାମ : ଗଞ୍ଜମା ଜିଲ୍ଲା ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ମୁକ୍ତେଶ୍ୱର ନଗରଠାରେ ପାରିବାରିକ କଳହରୁ ଜଣେ ବିବାହିତ ନାବାଳିକା ଆତ୍ମହତ୍ୟା କରିଛନ୍ତି । ପୁଲିସ ତଦନ୍ତ ଆରମ୍ଭ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ନାବାଳିକାର ପରିବାର ଲୋକେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି ।

ସୂଚନା ଅନୁଯାୟୀ, ଜରଡା ଥାନା ଅନ୍ତର୍ଗତ ଖାରିଆଗୁଡାର ଅଭିମନ୍ୟୁ ମହାରଣାଙ୍କ ପୁଅ ଆଲୋକ ମହାରଣା ନିକଟସ୍ଥ ନନ୍ଦରାଜପୁର ଗ୍ରାମର ଜଣେ ନାବାଳିକାଙ୍କ ସହ ମିଶି ତିନି ମାସ ପୂର୍ବେ କେଉଁଆଡେ ଫେରାର ହୋଇଯାଇଥିଲେ । ପରେ ଉଭୟେ ବିବାହ କରି ସଦରଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ ଏକ ଘରେ ଭଡା ନେଇ ରହୁଥିଲେ । ଆଲୋକ ମହାରଣାଙ୍କ ବୟସ ୨୦ ହୋଇଥିବା ବେଳେ ନାବାଳିକାର ବୟସ ମାତ୍ର ୧୪ ବର୍ଷ । ଆଲୋକ କୌଣସି କାମଧାମ କରୁନଥିବା ଯୋଗୁଁ ସେମାନଙ୍କ ଘର ଚଳଣିରେ ନାନା ପ୍ରକାର ଅସୁବିଧା ସୃଷ୍ଟି ହେଉଥିଲା । ଉଭୟେ ନିକଟସ୍ଥ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ସେଠାରେ ପ୍ରତିଦିନ ଖିଆପିଆ କରୁଥିଲେ ।

ଆର୍ଥିକ ପରିସ୍ଥିିତିକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ନାବାଳିକା ଜଣକ ସାବିତ୍ରୀ ଅମାବାସ୍ୟାର ଶାଢିରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି । ପୂର୍ବରୁ ନାବାଳିକାର ପରିବାର ଲୋକେ ନିଖୋଜ ରିପୋର୍ଟ ଦେଇନଥିବା ବେଳେ ଆଜି ଆତ୍ମହତ୍ୟା କରିବା ପରେ ପରିବାର ଲୋକେ ଆସି ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ନାବାଳିକାର ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking