27.1 C
Bhubaneswar
Monday, August 18, 2025
Homeଓଡିଶାପିସ୍ତଲ୍ ସହ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ପିସ୍ତଲ୍ ସହ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୫ ଗିରଫ

ଜୟପୁର : ଜୟପୁର ସଦର ପୁଲିସ୍ ଏକ ପିସ୍ତଲ୍ ଓ ଜୀବନ୍ତ ଗୁଳି ସହ କାର୍ ,କଂଟେନର୍‌,ଓ ୩୧୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବାବେଳେ ଚୋରା ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କାର୍ ମାଲିକ ଛତିଶଗଡ ଦୁର୍ଗ ଜିଲାର ମହମ୍ମଦ୍ ଆସୀଫ୍‌(୨୯),ନାସିର୍ ଅନସାରୀ(୨୮),କୋରାପୁଟ ଜିଲା ବୋରିଗୁମ୍ମା ଥାନା ମାଳିଡମ୍ବଗୁଡା ଗ୍ରାମର ନବିନ ହରିଜନ(୨୪), କଂଟେନର୍ ଡ୍ରାଇଭର୍ ହରିୟାନା ଫରିଦାବାଦ୍ ଜିଲାର ଦୁର୍ଗା ନନ୍ଦୁ ମିଶ୍ରା(୫୨) ଏବଂ ଜୟପୁର ସଦର ଥାନା କାଲାଗୁଡା ଗ୍ରାମର କାର୍ତୀକ ଖଣ୍ଡପାଣି(୩୬) । ଶନିବାର ପୂର୍ବାନ୍ନରେ ଏନଏଲ୍‌-୦୧କେ ୬୧୨୨ ନମ୍ବର ଥିବା ଏକ କଂଟେନର୍ ଓ ଅନ୍ୟ ଏକ ନମ୍ବର ନଥିବା ଧଳା ରଙ୍ଗର କାରରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଜୟପୁର ସଦର ଥାନା ପୁଲିସକୁ ମିଳିଥିଲା । ସୂଚନା ମୂତାବକ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଏ .ମହାକୁଡ,ସବ-ଇନସପେକ୍ଟର୍ ଏନ୍‌.ଟୋପ୍ନ ଓ ଏଏସଆଇ ଜି.ପି.ବେହେରା ଓ ଅନ୍ୟମାନେ ଉକ୍ତ ଗାଡି ଦୁଇଟିକୁ ଅପେକ୍ଷା କରି ରହିଥିଲେ । ଗାଡି ଦୁଇଟି ଆସିବା ମାତ୍ରେ ପୁଲିସ୍ ଟିମ୍ ଅଟକାଇ ଯାଂଚ୍ କରିବା ପରେ କାର୍ ଓ କଂଟେନରରୁ ୩୧୦ କିଲୋ ଗଞ୍ଜେଇ ମିଳିଥିଲା । ପୁଲିସ୍ ଉପରୋକ୍ତ ୫ଜଣକୁ ଗିରଫ କରିବା ସହ ଗଞ୍ଜେଇ ,ଚାଲାଣରେ ବ୍ୟବହୃତ କଂଟେନର୍ ଓ କାର୍‌, ୨ଟି ମୋଟର ସାଇକଲ୍ ୩ଟି ଜୀବନ୍ତ ଗୁଳି ସହ ଗୋଟିଏ ପିସ୍ତଲ୍‌, ୧ଲକ୍ଷ ୫୦ ହଜାର ନଗଦ ଟଙ୍କା ଏବଂ ୫ଟି ମୋବାଇଲ୍ ଫୋନ୍ ଜବତ କରିଥିବା ଜଣା ପଡିଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । କୋରାପୁଟ ଜିଲାରୁ ଚୋରା ଗଞ୍ଜେଇ ଚାଲାଣ ସମ୍ପୂର୍ଣ ବନ୍ଦ କରିବାକୁ ଜିଲା ପୁଲିସ୍ ପ୍ରତିଜ୍ଞାବଦ୍ଧ ଓ ଆସନ୍ତା ଦିନରେ ଚୋରା ଗଞ୍ଜେଇ ଧର ପଗଡ ଅଧିକ ଜୋରଦାର କରା ଯିବ ବୋଲି ପୁଲିସ୍ ବିଭାଗ ପକ୍ଷରୁ ଗଂଜେଇ ମାଫିଆଙ୍କୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking