29.1 C
Bhubaneswar
Friday, July 11, 2025
Homeଓଡିଶାଲାଞ୍ଚ ନେଇ ଧରାପଡିଲେ ଜିଆରଏସ୍

ଲାଞ୍ଚ ନେଇ ଧରାପଡିଲେ ଜିଆରଏସ୍

ଭୁବନେଶ୍ବର: ମନେରଗା କାର୍ଯ୍ୟର ମଷ୍ଟର ରୋଲ ପ୍ରସ୍ତୁତି ପାଇଁ ଜଣେ ଜବ୍‌ କାର୍ଡଧାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ  ଅଧୀନ ବଡ୍‌କର୍ଲାକୋଟ ଜିଆରଏସ୍‌ ଏମ୍‌. ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।। ସେ ଜଣେ ଜବ୍‌ କାର୍ଡଧାରୀଙ୍କ ଠାରୁ ଲାଞ୍ଚ ନେଉଥିଲେ। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ମନେରଗା ଯୋଜନାରେ ଚାଲିଥିବା କାର୍ଯ୍ୟର ମଷ୍ଟର ରୋଲ୍‌ ପ୍ରସ୍ତୁତି ଏବଂ ପେମେଣ୍ଟ ସୁନିଶ୍ଚିତ କରିବା ପାଇଁ ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍ଗେରେଟ୍‌ ପାଣିଗ୍ରାହୀ ୧୫ ହଜାର ଟଙ୍କା ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ଏବଂ ସେ ଏହାକୁ ଆଜି ଗ୍ରହଣ କରୁଥିଲେ। ତେବେ ଅଭିଯୋଗକାରୀ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ବିଭାଗକୁ ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଶ୍ରୀ ପାଣିଗ୍ରାହୀ ଟଙ୍କା ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଟଙ୍କା ଜବତ ହୋଇଥିଲା। ଭିଜିଲାନ୍ସ ଟିମ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking