ନୂଆଦିଲ୍ଲୀ: ଦେଶରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା ଲଗାତର ଦେଶରେ ବେଆଇନ୍ ଭାବେ ରହୁଥିବା ବିଦେଶୀ ନାଗରିକଙ୍କୁ ଗିରଫ କରୁଛି ପୁଲିସ । ଗୁହାଟିରେ ରେଳବାଇ ପୁଲିସ ୫ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ଏମାନେ ଭାରତରେ ରୋହିଙ୍ଗ୍ୟାମାନଙ୍କୁ ପ୍ରବେଶ କରିବା ଦିଗରେ ସହଯୋଗ କରୁଥିଲେ । ଗିରଫମାନଙ୍କ ମଧ୍ୟରେ ଦୁଇ ଜଣ ବାଂଲାଦେଶୀ ନାଗରିକ ରହିଛନ୍ତି । ସୂଚନା ଅନୁସାରେ ଏହା ପୂର୍ବରୁ ଗୁୱାହାଟି ରେଳଷ୍ଟେସନ୍ରୁ ପୁଲିସ ୯ ରୋହିଙ୍ଗ୍ୟାଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ଜୁଲାଇ ୨୫ ତାରିଖରେ ମାମଲା ମଧ୍ୟ ହୋଇଛି ।
ତେବେ ଶନିବାର ଜିଆର୍ପି ଆଉ ୫ ଜଣଙ୍କୁ ଗିରଫ କରିଛି । ସେଥିମଧ୍ୟରୁ ଦୁଇ ବାଂଲାଦେଶ ନାଗରିକ ଥିବାବେଳେ ୩ ଜଣ ଭାରତୀୟ ମଧ୍ୟସ୍ଥି ଅଛନ୍ତି, ଯେଉଁମାନେ ରୋହିଙ୍ଗ୍ୟାଙ୍କୁ ଭାରତରେ ପ୍ରବେଶ ନେଇ ସାହାଯ୍ୟ କରୁଥିଲେ । ଏବଂ ଟ୍ରେନ୍ ଯୋଗେ ଦିଲ୍ଲୀ ପଠାଉଥିଲେ । ଏଥିପାଇଁ ମୁଣ୍ଡପିଛା ଏମାନେ ୩୦ ହଜାରରୁ ୪୦ ହଜାର ଟଙ୍କା ନେଇଥିଲେ । ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ଜିଆର୍ପି ପକ୍ଷରୁ ସୂଚନା ଦିଆଯାଇଛି ।