29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବଢ଼ି ଚାଲିଛି ଚିନ୍ତା...

ବଢ଼ି ଚାଲିଛି ଚିନ୍ତା…

ଉତରକାଶୀ : ଆଜିକୁ ୧୬ ଦିନ ବିତି ଗଲାଣି । ହେଲେ ଉତ୍ତରାଖଣ୍ଡର ଟନେଲ ଭୁଶୁଡିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ବାର ବାର ଫେଲ ହେଉଛି । ଏ ପର୍ଯ୍ୟନ୍ତ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୧ ଜଣ ଶ୍ରମିକ । ତେବେ ପୁଣିଥରେ ଉତ୍ତରକାଶୀ ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଭର୍ଟିକାଲ ଡ୍ରିଲିଂ । ଏହାସହ ଆମେରିକୀୟ ଡ୍ରିଲିଂ ମେସିନ୍ ମରାମତି କାମ ମଧ୍ୟ ଚାଲିଛି। ଆଗରୁ ଡ୍ରିଲିଂ ମେସିନ୍ ସାହାଯ୍ୟରେ ୧୯ ମିଟର୍ ଖୋଳି ସାରିଛି । ସୁଡଙ୍ଗ ଭିତର ଯାଏଁ ପହଁଚିବାକୁ ହେଲେ ୮୬ ମିଟର ଡ୍ରିଲିଂ ଦରକାର । ଏବେ ଉଦ୍ଧାକାରୀ ଦଳ ଫଶିରହିଥିବା ଶ୍ରମିକଙ୍କ ଠାରୁ ମାତ୍ର ୧୦ରୁ ୧୨ ମିଟର ଦୂରତାରେ ଥିବା ଜଣାପଡିଛି । ତେବେ ଶ୍ରମିକଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟାବସ୍ଥା ଯେପରି ଠିକ ରହିବ ତା ଉପରେ ଗୁରୁତ୍ବ ଦିଆଯାଉଛି । ସେମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ଯ,ପାନୀୟ, ଔଷଧ ଦିଆଯାଉଛି। ସୂଚନା ଅନୁଯାୟୀ, ଯଦି ଆଗକୁ କୌଣସି ବାଧା ନଉପୁଜେ ତେବେ ଭର୍ଟିକାଲ ଡ୍ରିଲିଂ ଗୁରୁବାର ସୁଦ୍ଧା ଶେଷ ହୋଇଯିବ । ସେଠାରୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଖୋଲିବା କାମ ଦ୍ରୁତଗତି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking