28.1 C
Bhubaneswar
Wednesday, April 29, 2026
Homeଖେଳବିଜିଟିରେ ଗ୍ରୀନ୍‌ଙ୍କ ଖେଳିବା ସମ୍ଭାବନା କମ୍

ବିଜିଟିରେ ଗ୍ରୀନ୍‌ଙ୍କ ଖେଳିବା ସମ୍ଭାବନା କମ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର୍ ଅଲ୍‌ରାଉଣ୍ଡର୍ କାମେରନ୍ ଗ୍ରୀନ୍ ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି(ବିଜିଟି)ରେ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। କ୍ରିକ୍‌ଇନ୍‌ଫୋ ରିପୋର୍ଟ ଅନୁସାରେ ତାଙ୍କ ପିଠିର ସର୍ଜରୀ ହେବାର ସମ୍ଭାବନା ରହିଛି। ପିଠି ଯନ୍ତ୍ରଣା ତାଙ୍କୁ ଅସୁବିଧା କରୁଥିବା ବେଳେ ସର୍ଜରୀ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। କ୍ରିକେଟ୍ ଅଷ୍ଟ୍ରେଲିଆ ମେଡିକାଲ୍ ଏବଂ ହାଇପର୍‌ଫର୍ମାନ୍ସ ଟିମ୍ ଏବେ ବି ତାଙ୍କ ସହିତ କାମ କରୁଛି। ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଗ୍ରୀନ୍ ଅଷ୍ଟ୍ରେଲିଆ ଟିମ୍‌ରେ ଥିଲେ ମଧ୍ୟ ଦୁଇଟି ମ୍ୟାଚ୍ ପରେ ପିଠି ଯନ୍ତ୍ରଣା ଯୋଗୁଁ ଅଚନେକ ଘରକୁ ଫେରିଥିଲେ।

ସେବେଠାରୁ ବିନା ସର୍ଜରୀରେ ତାଙ୍କୁ ଠିକ୍ କରିବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ଏହା ଫଳପ୍ରଦ ହେଉନାହିଁ। ଫଳରେ ତାଙ୍କ ସର୍ଜରୀ ଅନିବାର୍ଯ୍ୟ ହୋଇଛି। ଅବଶ୍ୟ ଏହି ସର୍ଜରୀ କେବେ ହେବ ସେ ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଗ୍ରୀନ୍ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଥିବା ସ୍ପଷ୍ଟ ହୋଇଛି। ଏହି ସିରିଜ୍‌ର ଆରମ୍ଭ ନଭେମ୍ବର ୨୨ରୁ ହେବାକୁ ଥିବାବେଳେ ଏଥିରେ ଗୋଟିଏ ପିଙ୍କ୍‌ବଲ୍ ମ୍ୟାଚ୍ ସ୍ଥିର କରାଯାଇଛି। ଗ୍ରୀନ୍‌ଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆକୁ ନିଜର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏପରି ସ୍ଥିତିରେ ଷ୍ଟିଭ୍ ସ୍ମିଥ୍‌ଙ୍କୁ ନଂ.୪ ସ୍ଥାନରେ ବ୍ୟାଟିଂ ପାଇଁ ପଠାଯିବାର ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking